ବାତିଲ୍ ହୋଇପାରେ ପ୍ରଧାନମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ
ବାତିଲ୍ ହୋଇପାରେ ପ୍ରଧାନମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ । ଆସନ୍ତା ୨୭ ତାରିଖରେ ବ୍ରହ୍ମପୁର ଆସି ନପାରନ୍ତି ପ୍ରଧାନମନ୍ତ୍ରୀ କରେନ୍ଦ୍ର ମୋଦି । ମୋଦିଙ୍କ ଗସ୍ତ ପାଇଁ ବନ୍ଧା ଯାଇଥବା ଟେଣ୍ଟ ଏବେ ଖୋଲାଯାଉଛି। ଟେଣ୍ଟ୍ ଖୋଲିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଆସିଛି । ୨୭ରେ ବ୍ରହ୍ମପୁର ଆସିଥାନ୍ତେ ପ୍ରଧାନମନ୍ତ୍ରୀ । କିନ୍ତୁ ବ୍ରହ୍ମପୁର ବଦଳରେ ପଶ୍ଚିମ ଓଡ଼ିଶାରେ କୌଣସି ସ୍ଥାନରେ ହୋଇପାରେ କାର୍ଯ୍ୟକ୍ରମ । ଏନେଇ ଗତକାଲି ପୋଲିସ ଡିଜି ବ୍ରହ୍ମପୁରରେ ପ୍ରସ୍ତୁତିର ସମୀକ୍ଷା କରିଥିଲେ । କିନ୍ତୁ ପଛକୁ ପଛ ଲଘୁଚାପ ଥିବାରୁ କାର୍ଯ୍ୟକ୍ରମ ବାତିଲ ହୋଇପାରେ । ଆସନ୍ତା ୨୭ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।
