ପୂଜାରେ ଡିଜେ ପାଇଁ ସର୍କୁଲାର ଜାରି କଲା ରାଜ୍ୟ ପରିବହନ ବିଭାଗ
ପୂଜା ପୂର୍ବରୁ ଡିଜେ ଗାଡ଼ି ଉପରେ ଲାଗିଲା ଅଙ୍କୁଶ । ସର୍କୁଲାର ଜାରି କଲା ରାଜ୍ୟ ପରିବହନ ବିଭାଗ । ନିଦ୍ଧିଷ୍ଟ ଆଲୋକ, ଉଚ୍ଚତାରେ ପରିବର୍ତ୍ତନ କଲେ ହେବ କାର୍ଯ୍ୟାନୁଷ୍ଠାନ । ନିୟମ ନମାନିଲେ ଆରସି, ଫିଟନେସ୍ ହେବ ବାତିଲ । ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦେଲା ଏସ୍ଟିଏ । ଗାଡ଼ିର ମୂଳ ଢାଞ୍ଚାରେ ପରିବର୍ତ୍ତନ ଓ ନିୟମ ଉଲ୍ଲଙ୍ଘନ କଲେ ହେବ ଆକ୍ସନ୍ । ନିର୍ଦ୍ଧାରିତ ସୀମା ପାର ପରେ ଶବ୍ଦ ଏବଂ ଆଲୋକ ବ୍ୟବସ୍ଥା ଉପରେ କଟକଣା ଜାରି କରାଯାଇଛି । ଆଇନ ଅନୁଯାୟୀ ଜରିମାନା ସହ ପଞ୍ଜୀକରଣ ଓ ଫିଟନେସ୍ ରଦ୍ଦ ହେବ ।ସେହିପରି ଯାନରେ ଡିଜେ ସିଷ୍ଟମ, ଆମ୍ପ୍ଲିଫାୟର୍, ମିକ୍ସର, ଲେଜର ଲାଇଟ୍ କଣ୍ଟ୍ରୋଲର୍ ବେଆଇନ । ସାର୍ବଜନୀନ ସ୍ଥାନରେ ବେଆଇନ ବ୍ୟବହାର ବିରୋଧରେ ବି ଚେତାବନୀ ଦିଆଯାଇଛି । ଡିଜେ ଗାଡ଼ିର ଶବ୍ଦ, ଆଲୋକ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ପାଇଁ ବିପଦ । ଲୋକଙ୍କ ସୁରକ୍ଷା ପାଇଁ ଏହି ଅସୁରକ୍ଷିତ ଡିଜେ ଗାଡ଼ିକୁ ରୋକିବା ଆବଶ୍ୟକ । ପାର୍ବଣ ଋତୁରେ ଏଭଳି ବେଆଇନ ଯାନକୁ ବ୍ୟବହାର ନକରିବାକୁ ଅନୁରୋଧ କରାଯଇଛି । ଏଥିସହ ପୋଲିସ ବିଭାଗର ମଧ୍ୟ ସହଯୋଗ ଲୋଡ଼ିଲା STA ସମସ୍ତ RTOଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲା STA । ଡିଜେ ଗାଡ଼ି ଜବତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆ ହୋଇଛି ।
