ଚନ୍ଦ୍ରଯାନ-୩କୁ ଟକ୍କର ଦେବ ଋଷର ମୁନ୍ ମିଶନ୍ ‘ଲୁନା-୨୫’ !

ପଛରେ ଯାଇ ଜହ୍ନରେ ଆଗେ ପହଞ୍ଚିବ ଲୁନା-୨୫ !

ଭାରତର ଚନ୍ଦ୍ରଯାନ-୩କୁ ଟକ୍କର ଦେବ ଋଷର ମୁନ୍ ମିଶନ୍ ‘ଲୁନା-୨୫’। ପଛରେ ଯାଇ ଆଗେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ମୁନ ମିଶନକୁ ସଫଳତାପୂର୍ବକ ଲଞ୍ଚ କରିଛି ଋଷ । ଏହି ମିଶନ ଭାରତର ଚନ୍ଦ୍ରଯାନ-୩ ପରେ ଉତକ୍ଷେପଣ କରାଯାଇଥିଲେ ବି ପ୍ରଥମେ ଯାଇ ଚନ୍ଦ୍ରରେ ପହଞ୍ଚିବ ବୋଲି ଋଷର ବୈଜ୍ଞାନିକଙ୍କ ପକ୍ଷରୁ କୁହାଯାଇଥିବା ବେଳେ ଦୀର୍ଘ ୪୭ ବର୍ଷ ପରେ ଏହି ମୁନ୍ ମିଶନ୍ ଆରମ୍ଭ କରିଛି ।

ସୂଚନା ଅନୁସାରେ ୧୦ତାରିଖ ରାତିରେ ରୁଷର ‘ସ୍ପେସ୍‌ପୋର୍ଟ’ରୁ ‘ରୋବୋଟିକ୍‌ ଲ୍ୟାଣ୍ଡର୍‌’ ‘ଲୁନା-୨୫’କୁ ନେଇ ମହାକାଶକୁ ଯାତ୍ରା କରିଛି ଋଷର ଏହି ମୁନ ମିଶନ । ସବୁଠୁ ବଡ କଥା କି ଭାରତର ଚନ୍ଦ୍ରଯାନ ପୂର୍ବରୁ ଏହା ଚନ୍ଦ୍ରର ସାଉଥ୍ ପୋଲାରରେ ଅବତରଣ କରିବ । ଯାହାକୁ ନେଇ ଏବେ ବେସ ଚର୍ଚ୍ଚା ଜୋର ଧରିଥିବା ଦେଖିବାକୁ ମିଳିଛି ।