ସରିଲା ରତ୍ନଭଣ୍ଡାର ମରାମତି କାମ, ଅକ୍ଟୋବରରେ ଗଣତି ମଣତି : ଆଇନ ମନ୍ତ୍ରୀ
ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ଏ ମାସ ଶେଷ କିମ୍ବା ଅକ୍ଟୋବରରେ ଗଣତି ମଣତି। ରତ୍ନଭଣ୍ଡାର ମରାମତି ସମ୍ପୂର୍ଣ୍ଣ ସରିଯାଇଛି। ଏହି ମାସ ସୁଦ୍ଧା ଗଣତିମଣତି ଆରମ୍ଭ ହେବ ନଚେତ ଅକ୍ଟୋବରରେ କରାଯାଇ ସିନ୍ଧୁକ ସ୍ଥାନାନ୍ତର ହେବ । ପୂରା ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।ମ୍ୟାନେଜିଙ୍ଗ କମିଟି ହୁଣ୍ଡି ସ୍ଥାନାନ୍ତର ପ୍ରସ୍ତାବ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଆବଶ୍ୟକ ହେବ। ଏହି ପ୍ରକ୍ରିୟା ପରେ ଧାଡି ଦର୍ଶନ ପାଇଁ ବ୍ୟବସ୍ଥା ହେବ। ପୁରୀ ପାଇଁ ସରକାରଙ୍କ ମାଷ୍ଟର ପ୍ଲାନକୁ କାର୍ଯ୍ୟକାରୀ କରିବା ଓ ବିଭିନ୍ନ ପ୍ରକଳ୍ପ ସାରିବାକୁ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି ୪ଘଣ୍ଟାର ସମୀକ୍ଷା ବୈଠକ।ମନ୍ଦିର ପରିକ୍ରମା ଠାରୁ ସବୁ ପ୍ରୋଜେକ୍ଟ ସ୍ଥିତି କଣ ଅଛି କେବେ ସରିବ ସେନେଇ ଡେଡଲାଇନ ଦିଆଯାଇଛି। ୫ଟି ପୁଷ୍କରିଣୀ ସଂରକ୍ଷଣ, ପୁରୀ ଟ୍ରାଫିକ ସମସ୍ୟା ଦୂରୀକରଣ, ପ୍ରମୋଦ ଉଦ୍ୟାନ ଓ ଗୁରୁକୁଳ ପ୍ରକଳ୍ପ, ସେବାୟତ ଙ୍କ ହାଉସିଂ ପ୍ରୋଜେକ୍ଟ, SJT ର ଷ୍ଟାଫ କ୍ଵାର୍ଟର୍ସ ବାବଦରେ ଆଲୋଚନା ହୋଇଛି। ଧାର୍ଯ୍ୟ ତାରିଖ ଭିତରେ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।
