ବନ୍ଦ ହେଲା ହୀରାକୁଦ ଡ୍ୟାମର ୪ ଗେଟ
କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ବନ୍ଦ ହେଲା ହୀରାକୁଦ ଡ୍ୟାମର ୪ ଗେଟ । ଏବେ ୨୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଏପଟେ ସମ୍ବଲପୁର -ସୁବର୍ଣ୍ଣପୁର ରାସ୍ତାରେ ୩ ଫୁଟର ପାଣି । ବୁଡ଼ିଲା ସମ୍ବଲପୁର ଗୁଣ୍ଡେରପୁର ବ୍ରିଜ । ସମ୍ବଲପୁର ସୁବର୍ଣ୍ଣପୁର ଓ ବୌଦ୍ଧ ମୁଖ୍ୟ ରାସ୍ତାରେ ମାଡ଼ୁଛି ମହାନଦୀ ପାଣି । ଫଳରେ ବିଭିନ୍ନ ସ୍ଥାନକୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ହୀରାକୁଦର ୨୦ଟି ଗେଟ୍ ଖୋଲିବା ପରେ ଅନେକ ତଳିଆ ଅଞ୍ଚଳରେ ପାଣି ପଶିଛି । ସମ୍ବଲପୁର ଜିଲ୍ଲା ମାଳତୀ ଗୁଣ୍ଡେରପୁର ବ୍ରିଜରେ ୩ ଫୁଟର ପାଣି ଚାଲିଛି । ଉପର ମୁଣ୍ଡରେ ଯଦି ଅଧିକ ବର୍ଷା ହୁଏ ତାହେଲେ ଅଧିକ ଗେଟ୍ ଖୋଲିବ। ଆଉ ଗୁଣ୍ଡେରପୁର ଭଳି ବିଭିନ୍ନ ଅଞ୍ଚଳରେ ପାଣି ମାଡ଼ି ଯିବାର ସମ୍ଭାବନା ରହିଛି ।
