ଅଢ଼େଇ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ପଞ୍ଜାବ ବନ୍ୟାରେ ବୁଡ଼ିଗଲା ୧୩୦୦ ଗାଁ

ଗତ ଗୋଟିଏ ମାସ ଧରି ପଞ୍ଜାବରେ ଗମ୍ଭୀର ବନ୍ୟା ସମସ୍ୟା ଦେଖାଦେଉଛି । ଅଗଷ୍ଟ ୧ ତାରିଖରୁ ରାଜ୍ୟରେ ବନ୍ୟା ଯୋଗୁଁ ୩୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨.୫୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ରାଜ୍ୟ ସରକାର ଏହାକୁ ଦଶନ୍ଧି ମଧ୍ୟରେ ସବୁଠାରୁ ଗମ୍ଭୀର ପ୍ରାକୃତିକ ବିପର୍ଯ୍ୟୟ ବୋଲି କହିଛନ୍ତି । ରାଜ୍ୟରେ ସତଲେଜ୍, ବ୍ୟାସ୍ ଏବଂ ରବି ନଦୀର ପ୍ରବାହିତ ହେବା ସହିତ ଋତୁକାଳୀନ ଡ୍ରେନରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଅନେକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।ବନ୍ୟାର ସର୍ବାଧିକ ପ୍ରଭାବ ଅମୃତସରରେ ଦେଖାଯାଇଛି , ଯେଉଁଠାରେ ୩୫,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି । ଏହା ପରେ ଫିରୋଜପୁରରେ ୨୪,୦୧୫, ଫାଜିଲକାରେ ୨୧,୫୬୨, ପଠାନକୋଟରେ ପଠାନକୋଟରେ ୧୫,୦୫୩, ଗୁରୁଦାସପୁରରେ ୧୪,୫୦୦, ହୋସିଆରପୁରରେ ୧,୧୫୨, ଏସଏଏସ୍ ନଗରରେ ୭,୦୦୦, କପୁରଥଲାରେ ୫,୬୫୦, ମୋଗାରେ ୮୦୦, ଜଳନ୍ଧରରେ ୬୫୩, ମାନସାରେ ୧୬୩ ମାନସାରେ ୧୬୩ ଏବଂ ବର୍ଣ୍ଣାଲାରେ ୫୯ ଜଣ ପ୍ରଭାବିତ ହୋଇଛନ୍ତି ।ପଞ୍ଜାବର ପ୍ରାୟ ୧୩୦୦ ଗାଁ ବନ୍ୟାରେ ବୁଡିଯାଇଛି । ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ହଜାର ହଜାର ଲୋକ ବାସହୀନ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଅନୁଯାୟୀ, ପଠାନକୋଟରେ ସର୍ବାଧିକ ୬ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି । ଅମୃତସର, ବର୍ଣ୍ଣାଲା, ହୋସିଆରପୁର, ଲୁଧିଆନା, ମାନସା ଏବଂ ରୂପନଗରରେ ପ୍ରତ୍ୟେକ ୩ ଜଣଙ୍କର ମୃତ୍ୟୁ ହୋଇଛି । ବଥିଣ୍ଡା, ଗୁରୁଦାସପୁର, ପଟିଆଲା, ମୋହାଲି ଏବଂ ସଂଗ୍ରୁରରେ ପ୍ରତ୍ୟେକ ୧ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି ।