ଚାରଧାମ ଯାତ୍ରା ଏବଂ ହିମକୁଣ୍ଡ ସାହିବ ଯାତ୍ରା ୫ ଯାଏଁ ସ୍ଥଗିତ
ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଚାରିଧାମ ଯାତ୍ରା ଏବଂ ହେମକୁଣ୍ଡ ସାହିବ ଯାତ୍ରାକୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସଚିବ ବିନୟ ଶଙ୍କର ପାଣ୍ଡେ ଏବଂ ଗଡ଼ୱାଲ ଡିଭିଜନର କମିଶନର ସୂଚନା ଦେଇଛନ୍ତି ।ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଜୁଲାଇ ୩ରେ ଘୋଷଣା କରିଥିଲେ ଯେ, ଖରାପ ପାଗ ଯୋଗୁଁ ରାଜ୍ୟ ସରକାର ଚାରିଧାମ ଯାତ୍ରାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।ମୁଖ୍ୟମନ୍ତ୍ରୀ ଧାମି ଉଲ୍ଲେଖ କରିଛନ୍ତି ଯେ, ତୀର୍ଥଯାତ୍ରୀଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା । ପାଗକୁ ଦେଖି ଚାରିଧାମ ଯାତ୍ରାକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି । ଭବିଷ୍ୟତରେ, ଆମେ ପାଗ ଅନୁସାରେ ଯାତ୍ରାକୁ ଆଗକୁ ବଢ଼ାଇବୁ । ଯାତ୍ରା ସୁରକ୍ଷିତ ରହିବ, ଏହା ଜାରି ରହିବ… ଯାତ୍ରା ସମୟରେ ସମସ୍ତ ତୀର୍ଥଯାତ୍ରୀଙ୍କ ସୁରକ୍ଷା ଆମର ପ୍ରାଥମିକତା… ଆମର ସମସ୍ତ ଜିଲ୍ଲା ଅଧିକାରୀ, ବିପର୍ଯ୍ୟୟ ପରିଚାଳନା ଦଳ, ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ।
