ଓଡ଼ିଆ ଫିଲ୍ମ ‘ଚାରିଧାମ’କୁ ନେଇ ବଢ଼ୁଛି ବିବାଦ

ଓଡ଼ିଆ ଫିଲ୍ମ ‘ଚାରିଧାମ’କୁ ନେଇ ବଢ଼ୁଛି ବିବାଦ

ଓଡ଼ିଆ ସିନେମା ‘ଚାରିଧାମ’କୁ ନେଇ ତେଜୁଛି ବିବାଦ ।  ଦଶହରାରେ ରିଲିଜ ହେବାକୁ ଯାଉଥିବା ଏହି ଫିଲ୍ମ ରିଲିଜ୍ ପୂର୍ବରୁ ନିକଟରେ ଏହାର ପୋଷ୍ଟର ଏବଂ ଟ୍ରେଲର ରିଲିଜ୍ କରାଯାଇଛି । ‘ଚାରିଧାମ’ର ପୋଷ୍ଟର ଦେଖିବା ପରେ ବିବାଦ ଦେଖିବାକୁ ମିଳିଛି । ଫିଲ୍ମରେ ଏକ ଗୀତ ରହିଛି ଯାହାର ନାମ ‘କେରକେରା’ ।  ଏଥିରେ ସୁପରଷ୍ଟାର ଅନୁଭବ ମହାନ୍ତି ହାତରେ ମଦ ବୋତଲ ଧରି ଡ୍ୟାନ୍ସ କରୁଛନ୍ତି । ଯାହାକୁ ନେଇ ବିବାଦ ଦେଖାଦେଇଛି  ।ପିସିସି ସଭାପତି ଭକ୍ତ ଚରଣ ଦାସ ନିଜ ‘X’ ରେ ପୋଷ୍ଟ କରି ଏହାକୁ ପ୍ରତିବାଦ କରିଛନ୍ତି  ।  ସେ କହିଛନ୍ତି, ଚାରିଧାମ ହିନ୍ଦୁ ଧର୍ମରେ ଚାରୋଟି ପବିତ୍ର ତୀର୍ଥସ୍ଥଳକୁ ଏକ ପବିତ୍ର ତୀର୍ଥଯାତ୍ରାକୁ ଦର୍ଶାଏ । କିନ୍ତୁ ଫିଲ୍ମ ପୋଷ୍ଟରରେ ଏହାକୁ ଆପତ୍ତିଜନକ ଭାବରେ ଦର୍ଶାଯାଇଛି ।  କାହିଁକି ବିଜେପି ଓଡ଼ିଆ ଅସ୍ମିତାକୁ ଅପମାନିତ କରୁଛି ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ଦାସ  ।  ଫିଲ୍ମରେ ‘କେରକେରା’ ଗୀତରେ ଅନୁଭବ ମହାନ୍ତି ହାତରେ ମଦ ବୋତଲ ଧରି ଡ୍ୟାନ୍ସ କରିଛନ୍ତି ।