ବୈତରଣୀରେ ବନ୍ୟା ପାଇଁ ସ୍କୁଲ୍ , ଅଙ୍ଗନବାଡ଼ି ବନ୍ଦ
ବୈତରଣୀରେ ବନ୍ୟା ପାଇଁ ସ୍କୁଲ୍ , ଅଙ୍ଗନବାଡ଼ି ବନ୍ଦ। ଧାମନଗର ବ୍ଲକର ହସନାବାଦ, ଅର୍ଜୁନପୁର, ପଧାନୀ ଓ ସୋହଡା ପଞ୍ଚାୟତରେ ଛୁଟି ଘୋଷଣା। ଜଳବନ୍ଦୀ ହୋଇଛି ସ୍କୁଲ୍ ଅଙ୍ଗନବାଡ଼ି। ଏଣୁ ଦୁଇଦିନ ପାଇଁ ୪ ପଞ୍ଚାୟତରେ ଛୁଟି ଘୋଷଣା କରିଛନ୍ତି ଭଦ୍ରକ ଜିଲ୍ଲାପାଳ ।ସେପଟେ ବୈତରଣୀ ଶାଖା ନଦୀ କୋଚିଲା ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ସଇଲୋ ଏବଂ ଲେଙ୍କା ସାହି ଠାରେ ନଦୀବନ୍ଧ ଧସି ଯାଇଛି। ଏଣୁ ଯୁଦ୍ଧକାଳୀନ ଭିତିରେ ବାଲି ବସ୍ତା ଓ ଵାଲା ପିଟା ଯାଇ ବନ୍ଧ ସୁଦୃଢ଼ କରାଯାଉଛି । ଯନ୍ତ୍ରୀ ଓ ବିଡ଼ିଓଙ୍କ ଉପସ୍ଥିତିରେ ମରାମତି କାର୍ଯ୍ୟ ଚାଲିଛି। ଗାଁରେ ଜଳବନ୍ଦୀ ଥିବା ଲୋକ ଓ ଗାଈଗୋରୁଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି । ଚଳିତବର୍ଷ ବୈତରଣୀରେ ତୃତୀୟଥର ବନ୍ୟା ଆସିଛି ।ଅନ୍ୟପଟେ ଆସନ୍ତା ୨୪ ଘଣ୍ଟାରେ ଏହି ଲଘୁଚାପ କ୍ଷେତ୍ର ଘନୀଭୂତ ହେବା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଫଳରେ ଲଘୁଚାପ ପ୍ରଭାବରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ଯୋଗୁଁ ରାଜ୍ୟର ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଓ ୩୦ରୁ ୪୦ କି.ମି ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରାଯାଇଛି । ଯେହେତୁ ସମୁଦ୍ର ଅଶାନ୍ତ ରହିଛି ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ବିଶେଷ ପରାମର୍ଶ ଦିଆଯାଇଛି ।
