ଖୁବଶୀଘ୍ର ହେବ ଭୁବନେଶ୍ୱର ପ୍ଲାନେଟୋରିୟମ୍ ପୁନଃରୁଦ୍ଧାର

ରାଜ୍ୟର ପ୍ରତି ଜିଲ୍ଲାରେ ବିଜ୍ଞାନ କ୍ଷେତ୍ରରେ ହେବ ପ୍ରୋଜେକ୍ଟ: କୃଷ୍ଣଚନ୍ଦ୍ର ପାତ୍ର

ରାଜ୍ୟର ପ୍ରତି ଜିଲ୍ଲାରେ ବିଜ୍ଞାନ କ୍ଷେତ୍ରରେ ହେବ ପ୍ରୋଜେକ୍ଟ। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା । ଏବେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ପ୍ଲାନେଟୋରିୟମ୍ କାମ ଚାଲିଛି । ଅନେକ ଜାଗାରେ କାମ ସରିଆସିଲାଣି, ଖୁବଶୀଘ୍ର ଉଦ୍‌ଘାଟନ । ପ୍ରତି ବର୍ଷ ୩୦ ଜଣ କୁନି ବୈଜ୍ଞାନିକଙ୍କୁ ଇସ୍ରୋ ପଠାଯାଉଛି । ସେମାନେ ସ୍ପେସ୍ ସେଣ୍ଟର ବୁଲି ଜ୍ଞାନ ଆହରଣ କରୁଛନ୍ତି । ଖୁବଶୀଘ୍ର ଭୁବନେଶ୍ୱର ପ୍ଲାନେଟୋରିୟମ୍ ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ । ଅଧିକ ବୈଜ୍ଞାନିକ ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ ବୋଲି କହିଲେ କୃଷ୍ଣଚନ୍ଦ୍ର ପାତ୍ର।ପଠାଣୀ ସାମନ୍ତ ପ୍ଲାନେଟରିୟମର ପୁନରୁଦ୍ଧାର ପାଇଁ ଏବେ ବଜେଟ ଆକଳନ ଚାଲିଛି। ଖୁବ ଶୀଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପ୍ରାୟ ୧୦-୧୨ଟି ଜିଲ୍ଲାରେ ପ୍ଲାନେଟରିୟମ ଉଦଘାଟନ ଅପେକ୍ଷାରେ। ଜିଲ୍ଲାସ୍ତରୀୟ ପ୍ଲାନେଟରିୟମ କାର୍ଯ୍ୟକ୍ଷମ ଅବସ୍ଥାକୁ ଆସିଗଲାଣି ବୋଲି ସେ କହିଛନ୍ତି।ତାଙ୍କ କହିବା ମୁତାବକ, ସ୍ପେସ ସାଇନ୍ସ ବିକାଶ ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି ଓ ବିକାଶ ପାଇଁ ଆଉ କ’ଣ ନିଷ୍ପତ୍ତି ନିଆଯିବ ସେ ନେଇ ଆଲୋଚନା ହେଉଛି । ଏ ପ୍ରସଙ୍ଗରେ ଆମେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛୁ ।ପଠାଣୀ ସାମନ୍ତ ପ୍ଲାନେଟରିୟମ ପୁନରୁଦ୍ଧାର ପାଇଁ ଏବେ ବଜେଟ ଆକଳନ କରାଯାଉଛି। ଏହା ସହ ଜିଲ୍ଲାସ୍ତରୀୟ ପ୍ଲାନେଟରିୟମ ପାଇଁ ଅନେକ ଜାଗାରେ କାମ ଚାଲିଛି । କିଛି ଜିଲ୍ଲାରେ ପ୍ଲାନେଟରିୟମ ନିର୍ମାଣ କାମ ଶେଷ ହୋଇସାରିଥିବା ବେଳେ ଉଦଘାଟନ ଅପେକ୍ଷାରେ ରହିଛି । ଖୁବଶୀଘ୍ର ସେଗୁଡ଼ିକର ଉଦଘାଟନ କରାଯାଇ କାର୍ଯ୍ୟକ୍ଷମ କରାଯିବ।