ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଭରିଲେ ବି.ସୁଦର୍ଶନ ରେଡ୍ଡୀ
ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ ଭରିଲେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ବି.ସୁଦର୍ଶନ ରେଡ୍ଡୀ । ଦିଲ୍ଲୀ ସଂସଦ ଭବନ ପରିସରରେ ନାମାଙ୍କନ ଭରିଛନ୍ତି । ୪ ସେଟ ନୋମିନେସନ ଫାଇଲ କରିଛନ୍ତି । ନାମାଙ୍କନ ଭରିବା ସମୟରେ AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଉପସ୍ଥିତ ଥିଲେ । ସେହିପରି ସୋନିଆ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ , ଶରଦ ପାୱାରଙ୍କ ସମେତ ମେଣ୍ଟର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ।ସୁଦର୍ଶନ ରେଡ୍ଡୀଙ୍କୁ ଟକ୍କର ଦେଉଛନ୍ତି NDA ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ। ଉପରାଷ୍ଟ୍ରପତି ପଦ ପାଇଁ ଆସନ୍ତା ୯ ତାରିଖରେ ଭୋଟଗ୍ରହଣ ହେବ । ସେହିଦିନ ହିଁ ଫଳାଫଳ ପ୍ରକାଶ ପାଇବ ।ସଂଖ୍ୟା ଅନୁସାରେ ଏନଡିଏ ଆଗରେ ରହିଛି। ସଂସଦରେ ମୋଟ ସଦସ୍ୟ ସଂଖା ରହିଛି ୭୮୨ । ଲୋକସଭାରେ ଏନଡିଏର ୨୯୩ ସାଂସଦ ରହିଥିବା ବେଳେ ରାଜ୍ୟସଭାରେ ୧୨୯ ଏମପି ରହିଛନ୍ତି । ଇଣ୍ଡିଆ ମେଣ୍ଟର ସଦସ୍ୟ ସଂଖ୍ୟା ଲୋକସଭାରେ ୨୩୪ ଓ ରାଜ୍ୟସଭାରେ ୭୯ । ବିଜୟ ପାଇଁ ୩୯୨ ଭୋଟ ଆବଶ୍ୟକ ହେଉଥିବା ବେଳେ ଏନଡିଏ ନିକଟରେ ମୋଟ ୪୨୨ ଭୋଟ ରହିଛି । ତେଣୁ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ବିଜୟୀ ହେବା ଏକ ପ୍ରକାର ନିଶ୍ଚିତ ।
