କ୍ରୁଜ୍‌ରେ ବୁଲିବେ ପର୍ଯ୍ୟଟକ

ଓଡ଼ିଶାରେ ହେବ ୪ଟି ରିଭର୍ କ୍ରୁଜ୍ ସର୍କିଟ

କ୍ରୁଜ୍‌ରେ ବୁଲିବେ ପର୍ଯ୍ୟଟକ । ଓଡ଼ିଶାରେ ୪ ପର୍ଯ୍ୟଟନ ସ୍ଥଳରେ କ୍ରୁଜ୍ ଜାହାଜ ଆଧାରିତ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଯୋଜନା । ଭିତରକନିକା ଜଙ୍ଗଲ, ଯୋବ୍ରା, ଲଳିତଗିରି – ଉଦୟଗିରି – ରତ୍ନଗିରି ଏବଂ ବାଲେଶ୍ଵର ହିଡେନ ବିଚରେ ଏହି ସୁବିଧା ମିଳିଛି । ଏହି ୪ଟି ପର୍ଯ୍ୟଟନ ସ୍ଥଳୀରେ ହେବ ରିଭର କ୍ରୁଜ୍ ସର୍କିଟ୍ । କେନ୍ଦ୍ର ସରକାରଙ୍କ କ୍ରୁଜ ଭାରତ ମିଶନ ଯୋଜନାରେ ଏଗୁଡ଼ିକ ବିକଶିତ କରାଯିବ । ଏନେଇ ରାଜ୍ୟସଭାରେ ପ୍ରଶ୍ନର ଉତ୍ତର ରଖି ଏସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ବନ୍ଦର, ଜାହାଜ ଏବଂ ଜଳପଥ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ।ବୈତରଣୀ ନଦୀରେ ଯାଇଥିବା ୧୪ ନମ୍ବର ଜାତୀୟ ଜଳପଥ ଅନ୍ତର୍ଗତ ଭିତରକନିକା ଜଙ୍ଗଲ, ମହାନଦୀରେ ଯାଇଥିବା ୬୪ ନମ୍ବର ଜାତୀୟ ଜଳପଥ ଅନ୍ତର୍ଗତ ଯୋବ୍ରା, ବିରୂପା – ବଡି ଗେଙ୍ଗୁଟି – ବ୍ରାହ୍ମଣୀ ନଦୀରେ ଯାଇଥିବା ୨୨ ନମ୍ବର ଜାତୀୟ ଜଳପଥ ଅନ୍ତର୍ଗତ ଲଳିତଗିରି – ଉଦୟଗିରି – ରତ୍ନଗିରି ଏବଂ ବୁଢ଼ାବଳଙ୍ଗ ନଦୀରେ ଯାଇଥିବା ଜାତୀୟ ଜଳପଥ ୨୩ ଅନ୍ତର୍ଗତ ବାଲେଶ୍ଵର ହିଡେନ ବିକୁ ନେଇ ୪ଟି ରିଭର କ୍ରୁଜ୍ ସର୍କିଟ୍ ତିଆରି କରିବାକୁ ଯୋଜନା ରଖିଛନ୍ତି କେନ୍ଦ୍ର ସରକାର ।