ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ସହଯୋଗ ଲୋଡିଲା ଏନଡିଏ

ନବୀନଙ୍କ ସହ କଥା ହେଲେ ରାଜନାଥ

ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ସହଯୋଗ ଲୋଡିଲା ଏନଡିଏ । ଏନେଇ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନବୀନ ପଟ୍ଟନାୟଙ୍କ ସହ କଥା ହୋଇ ଏନଡିଏ ପ୍ରାର୍ଥିଙ୍କୁ ସମର୍ଥନ କରିବାକୁ ସହଯୋଗ ଲୋଡିଛନ୍ତି । କଂଗ୍ରେସ ଓ ବିଜେପି ଠାରୁ ସମଦୂରତା କଥା କହି ରାଜନୀତି କରୁଥିବା ବିଜେଡି ଉପରାଷ୍ଟ୍ରପତି ନିର୍ବାଚନରେ କେଉଁ ପଟକୁ ଢଳିବ ସେନେଇ ଅନେକ ଦିନ ଧରି ଚର୍ଚ୍ଚା ଚାଲିଛି ।ଯଦିବା ଏନଡିଏ ପ୍ରାର୍ଥି ସି.ପି ରାଧାକ୍ରିଷ୍ଣଙ୍କୁ ଜିତିବାରେ କୌଣସି ଅସୁବିଧା ନାହିଁ ତଥାପି ଏନଡିଏ ବିଭିନ୍ନ ଆଞ୍ଚଳିକ ଦଳର ସମର୍ଥନ ଲୋଡୁଛି । ଏହି କ୍ରମରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିଜେଡି ସୁପ୍ରିମୋଙ୍କୁ ଟେଲିଫୋନ୍ କରି ସମର୍ଥନ ମାଗିଛନ୍ତି । ତେବେ ବିଜେଡିର ଷ୍ଟାଣ୍ଡ କଣ ରହିବ ତାକୁ ଦେଖିବାକୁ ପଡିବ ।ବିଜେଡି ଏନଡିଏ ପ୍ରାର୍ଥିଙ୍କୁ ସମର୍ଥନ କରିବ ନା ଇଣ୍ଡିଆମେଣ୍ଟ ପ୍ରାର୍ଥିଙ୍କୁ ସମର୍ଥନ ଦେବ ନା ପୁରା ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରହିବ ତା ଉପରେ ସବୁ ଦଳ ନଜର ରଖିଛନ୍ତି । କାରଣ ବିଜେଡିର ଷ୍ଟାଣ୍ଡ ହିଁ ସ୍ଥିର କରିବ ଓଡିଶା ରାଜନୀତିରେ କେଉଁ ଦଳ କାହା ପଟରେ ରହିଛି ।