ଶ୍ରୀମନ୍ଦିର ଉପରକୁ ଚଢିବାକୁ ଉଦ୍ୟମ କରୁଥିବା ବ୍ୟକ୍ତି ଅଟକ
ଶ୍ରୀମନ୍ଦିର ଉପରକୁ ଚଢିବାକୁ ଉଦ୍ୟମ କରୁଥିବା ବ୍ୟକ୍ତି ଅଟକ । ବେହରଣ ଦ୍ଵାର ପଟରୁ ପ୍ରାୟ ୫ ରୁ୭ ଫୁଟ୍ ଚଢ଼ି ସାରିଥିବା ବେଳେ ଜଗନ୍ନାଥ ମନ୍ଦିର ପୋଲିସ JTP ହାତରେ ଧରାପଡିଲେ । ପରେ ତାଙ୍କୁ ସିଂହଦ୍ୱାର ପୋଲିସ ଜିମା ଦିଆଯାଇଛି । ଉକ୍ତ ବ୍ୟକ୍ତି ଜଣକ ବିହାରର ବୋଲି ଜଣାପଡ଼ିଛି । ଦକ୍ଷିଣ ଘର ବାଟରେ ବ୍ୟକ୍ତି ଜଣକ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ । ବ୍ୟକ୍ତି ଜଣଙ୍କର ମାନସିକ ସ୍ଥିତି ଠିକ୍ ନଥିବା କୁହାଯାଉଛି । ସିଂହଦ୍ୱାର ପୋଲିସ ଏନେଇ ଅଧିକ ଛାନ୍ ଭିନ କରୁଛି । ପୂର୍ବରୁ ଗଞ୍ଜାମର ଜଣେ ବ୍ୟକ୍ତି ମନ୍ଦିର ଅଁଳା ବେଢ଼ା ଉପରକୁ ଚଢ଼ି ସୁରକ୍ଷାକୁ ଚ୍ୟାଲେଞ୍ଜ ଦେଇଥିଲେ । ତେବେ ବ୍ୟକ୍ତି ଜଣଙ୍କୁ ଅଧିକ ପଚରାଉଚରା ପରେ ସବୁକିଛି ସ୍ପଷ୍ଟ ହେବ ।
