ବାଜପେୟୀ ସରକାରକୁ ଭାଙ୍ଗିଦେଇଥିଲେ ଗିରିଧର ଗମାଙ୍ଗ !

ଗୋଟିଏ ଭୋଟ ପାଇଁ ଗାଦିଚ୍ଯୁତ ହୋଇଥିଲା ବିଜେପି ସରକାର !

ଆଜି ସଂସଦରେ ଉଠିଲା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ କଥା । ଏହି କଥା ଉଠାଇଛନ୍ତି ଖୋଦ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ତେବେ ଗିରିଧର ଗମାଙ୍ଗଙ୍କ କଥା ସେତେବେଳେ ଉଠିଲା ଯେତେବେଳେ ସଂସଦରେ ମୋଦି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ମତ ରଖିବାକୁ କୁହାଯାଇଥିଲା । ସେତେବେଳେ ନିଜେ ଅମିତ ଶାହ କହିଥିଲେ ଇତିହାସର ସେଇ କାହାଣୀ ଯେଉଁ କଥା ପାଇଁ ଦିନେ ଗାଦିଚ୍ଯୁତ ହୋଇଥିଲା ବାଜପେୟୀଙ୍କ ସରକାର । ଗମାଙ୍ଗଙ୍କ ଗୋଟିଏ ଭୋଟ କେମିତି ଅଟଳ ବିହାରୀ ବାଜପେୟୀଙ୍କ ସରକାରକୁ ଟଳମଳ କରି ଦେଇଥିଲା ତାହା ବଖାଣିଥିଲେ ଶାହ।

୧୯୯୯ ମସିହା ଏପ୍ରିଲ ୧୭ ତାରିଖର କଥା ସେତେବେଳେ ସରକାରରେ ଥାନ୍ତି ଅଟଳ ବିହାରୀ ବାଜପେୟୀ। ଠିକ ଶି ସମୟରେ ବାଜପେୟୀ ସରକାର ବିରୋଧରେ ଆସିଥିଲା ଅନାସ୍ଥା ପ୍ରସ୍ତାବ । ଏହି ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସାରିଥିଲେ ମଧ୍ୟ ଗମାଙ୍ଗ ଲୋକସଭାରେ ଭୋଟ ଦେବାକୁ ଆସିଥିଲେ। ସେ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ନଥିଲେ।  ତାଙ୍କର ଗୋଟିଏ ଭୋଟ ଅଟଳ ବିହାରୀ ବାଜପେୟୀଙ୍କ ସରକାରଙ୍କୁ ଗାଦିଚ୍ୟୁତ କରିଥିଲା।

ତାଙ୍କ ଭୋଟକୁ ବୈଧ କି ନୁହେଁ, ତା’କୁ ନେଇ ବେଶ ବିତର୍କ ହୋଇଥିଲା। ମୁଖ୍ୟମନ୍ତ୍ରୀ ପରେ ମଧ୍ୟ ସେ ସାଂସଦ ଭାବେ ଭୋଟ ଦେଇଥିଲେ। ବାଚସ୍ପତି ସଂସଦର ଗାରିମା ରକ୍ଷା କରି ତାଙ୍କ ଭୋଟକୁ ବୈଧ ଘୋଷଣା କରିଥିଲେ। ଆଉ ଅନାସ୍ଥା ଭୋଟ ପରେ ପୁଣି ନିର୍ବାଚନ ହୋଇଥିଲା ଆଉ ସରକାର କରିଥିଲେ ବାଜପେୟୀ। ତେବେ ପୁଣି ପୁରୁଣା କଥାକୁ ମନେ ପକାଇଛନ୍ତି ଅମିତ ଶାହ।