ଛତିଶଗଡ଼ର ମୋହଲା-ମାନପୁର-ଆମ୍ବାଗଡ଼ ଚୌକି ଜିଲ୍ଲାରେ ଏନକାଉଣ୍ଟର

ଏନକାଉଣ୍ଟରରେ ଟଳିଲେ ଦୁଇ ହାର୍ଡକୋର୍ ନକ୍ସଲ

ଏନକାଉଣ୍ଟରରେ ଟଳିଲେ ଦୁଇ ହାର୍ଡକୋର୍ ନକ୍ସଲ। ଛତିଶଗଡ଼ର ମୋହଲା-ମାନପୁର-ଆମ୍ବାଗଡ଼ ଚୌକି ଜିଲ୍ଲାରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ଦୁଇ ନକ୍ସଲ ଲିଡର। ଖବର ଅନୁଯାୟୀ, ମଦନୱାଡା ଅଞ୍ଚଳ ଅନ୍ତର୍ଗତ ବନ୍ଦା ପାହାଡ-ରେତେଗାଓଁ ଅଞ୍ଚଳରେ କମ୍ବିଂ ବେଳେ ପୋଲିସ ଏବଂ ସୁରକ୍ଷା ବାହିନୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଦଣ୍ଡକାରଣ୍ୟ ସ୍ପେଶାଲ୍ ଜୋନାଲ୍ କମିଟି ସଦସ୍ୟ ବିଜୟ ରେଡ୍ଡୀ ଏବଂ ଡିଭିଜନାଲ୍ କମିଟି ସଂପାଦକ ଲୋକେଶ ସାଲେମ ନିହତ ହୋଇଛନ୍ତି। ଦୁଇ ଜଣ ଅନେକ ନକ୍ସଲ ହିଂସା ଏବଂ ହତ୍ୟାକାଣ୍ଡରେ ସାମିଲ ଥିଲେ। ଦୁଇ ଜଣଙ୍କ ମୁଣ୍ଡ ପାଇଁ ଲାଗିଥିଲା ୩୫ ଲକ୍ଷ ଟଙ୍କା। ବିଜୟ ରେଡ୍ଡି ମୁଣ୍ଡ ପାଇଁ ଲାଗିଥିଲା ୧୦ ଲକ୍ଷ ଟଙ୍କା।ଦୁଇ ଜଣ ଶୀର୍ଷ ନକ୍ସଲଙ୍କୁ ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ। ଦୀର୍ଘ ବର୍ଷ ହେଲା ଏ ଦୁହେଁ ସଂଗଠନରେ ବେଶ୍ ସକ୍ରିୟ ରହିଥିଲେ ବୋଲି ଏସ୍ ପି ଓ୍ବାଇ ପି ସିଂହ ସୂଚନା ଦେଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ନକ୍ସଲ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି। ଏବେବି ସୁରକ୍ଷାକର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେସନ୍ ଜାରି ରହିଛି।