ପଞ୍ଚାୟତ ଆଉ ବ୍ଲକର ପୁନର୍ଗଠନ କରିବେ ରାଜ୍ୟ ସରକାର

୨୦୨୬ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ହେବ: ପଞ୍ଚାୟତରାଜ ମନ୍ତ୍ରୀ

ପଞ୍ଚାୟତ ଆଉ ବ୍ଲକର ପୁନର୍ଗଠନ କରିବେ ରାଜ୍ୟ ସରକାର । ୨୦୨୭ ମସିହା ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ହେବ ଏବଂ ୨୦୨୯  ପୂର୍ବରୁ ବ୍ଲକ୍ ପୁନର୍ଗଠନ ହେବ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ସେ କହିଛନ୍ତି, ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ହେବ । ଏନେଇ ଏକ କମିଟି ମଧ୍ୟ ଗଠନ କରାଯିବ । ଏହାସହ ସାଧାରଣ ନିର୍ବାଚନ ପୂର୍ବରୁ ବ୍ଲକ ପୁନର୍ଗଠନ ହେବ । ଗତକାଲି ରାଜ୍ୟପାଳ ଏ ବିଷୟରେ ଆଲୋଚନା କରିଛନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାସହ ପଞ୍ଚାୟତିରାଜ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟପାଳ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ତା ସହିତ ପଞ୍ଚାୟତିରାଜ ଆଇନ ଭିତରେ ପଞ୍ଚାୟତକୁ ସୁଦୃଢ଼ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟପାଳ । ତେବେ ଆମେ ପଞ୍ଚାୟତ ଆଉ ବ୍ଲକ୍ ପୁନର୍ଗଠନ କରିପାରିବା ବୋଲି ରବି ନାଏକ ସୂଚନା ଦେଇ କହିଛନ୍ତି । ଏପରି ହେଲେ ଲୋକଙ୍କ ପାଖରେ ଯୋଜନା ସହଜରେ ପହଞ୍ଚିପାରିବ ।