ଆତ୍ମହତ୍ୟା ପରି କଥା ପାଟିରେ ନଧରିବାକୁ ତାଗିଦ୍ କଲେ ମୁଖ୍ୟମନ୍ତ୍ରୀ

ଆତ୍ମହତ୍ୟା କଥା ଶୁଣି ରାଗିଗଲେ ମୁଖ୍ୟମନ୍ତ୍ରୀ

ଆତ୍ମହତ୍ୟା କଥା ଶୁଣି ରାଗିଗଲେ ମୁଖ୍ୟମନ୍ତ୍ରୀ । ଆତ୍ମହତ୍ୟା ପରି କଥା ପାଟିରେ ନଧରିବାକୁ ତାଗିଦ୍ କଲେ । କିଛି ଏଭଳି ଦୃଶ୍ୟ ଦେଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ । ଅଭିଯୋଗ ପ୍ରକୋଷ୍ଠରେ ନିଜ ଦୁଃଖ ଶୁଣାଇବାକୁ ପହଞ୍ଚିଥିଲେ ପୂର୍ତ୍ତ ବିଭାଗରେ ୪୦ ବର୍ଷ ଧରି ପିଅନ କାମ କରୁଥିବା ଜଗବନ୍ଧୁ । ହାତ ଟେକା ଦରମାରେ ବର୍ଷ ବର୍ଷ ଧରି କାମ କରିଆସୁଛନ୍ତି । ହେଲେ ଏପର୍ଯ୍ୟନ୍ତ ସ୍ଥାୟୀ ଚାକିରି ହୋଇପାରିଲା ନାହିଁ । ଆଜି ନିଜେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଭିଯୋଗ ଶୁଣାଇବାକୁ ପହଞ୍ଚିଯାଇଥିଲେ ଜଗବନ୍ଧୁ । ଆଉ ମୁଖ୍ୟମନ୍ତ୍ରୀ ସାମ୍ନାରେ ହିଁ ଆତ୍ମହତ୍ୟା କରିବା କଥା କହିଥିଲେ । ଆତ୍ମହତ୍ୟା କଥା ଶୁଣି ରାଗିଯାଇଥିଲେ ମୁଖ୍ୟମନ୍ତ୍ରୀ । ଏଭଳି ନକହିବାକୁ ଜଗବନ୍ଧୁଙ୍କୁ ବାରଣ କରିବା ସହ ଆତ୍ମହତ୍ୟା ନା ପାଟିରେ ନଧରିବାକୁ କହିଥିଲେ । ଜଗବନ୍ଧୁଙ୍କୁ ଅଭିଯୋଗର ସମାଧାନ ପାଇଁ ସରକାର ଚେଷ୍ଟା କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ।