ପ୍ରାକୃତିକ ବିପର୍ଯ୍ୟୟରେ ଜମି ହରାଉଥିବା ଲୋଙ୍କୁ ଜମି ଦେବେ ସରକାର
ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଯେଉଁ ମାନେ ଜମି ହରାଉଛନ୍ତି ସେମାନଙ୍କୁ ଜମି ଦେବେ ସରକାର । ଏନେଇ ଖୁଵ ଶୀଘ୍ର ସବୁ ଜିଲ୍ଲାପାଳ ମାନଙ୍କୁ ମଗାଯିବ ରିପୋର୍ଟ । ଜମି ହରାଇଥିଲେ ଜମି ବଦଳରେ ଜମି ମିଳିବ । ନିଆଳିରେ ୮୨ ମସିହାରୁ ଏହା ସମସ୍ୟା ନଜରକୁ ଆସିଛି । ନିଆଳି ସହ ବଡମ୍ବାରେ ବି ବନ୍ୟା ସମୟରେ ନଦୀ ତାର ଗତି ପଥ ବଦଳାଇବାରୁ ଗୁଡ଼ାଏଁ ଲୋକଙ୍କ ଜମି ହରାଇଛନ୍ତି ସେମାନଙ୍କ ଜମି ନଦୀ ଭିତରକୁ ପଳାଇଛି । ତେଣୁ ଏନେଇ ନିଷ୍ପତ୍ତି ହୋଇଛି. ଜିଲ୍ଲପାଳ ମାନଙ୍କ ରିପୋର୍ଟ ଆସିବା ପରେ ନିଷ୍ପତ୍ତି ନିଆଯିବ. ଆସିଲା କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର ଓ ଭଦ୍ରକର ବନ୍ୟା କ୍ଷୟକ୍ଷତି ରିପୋର୍ଟ । ଏଥିସହ ବାଲେଶ୍ୱର ପାଇଁ ୨ କୋଟି ୧ ଲକ୍ଷ ୧୪,୬୯୭ ଟଙ୍କା, ଯାଜପୁର ପାଇଁ ୩ କୋଟି ୪୫ ଲକ୍ଷ ୯୩,୨୯୦, ମୟୂରଭଞ୍ଜ ପାଇଁ ୬୭ଲକ୍ଷ ୪୮ ହଜାର ୧୪୮, ଭଦ୍ରକ ପାଇଁ ୫୧ ଲକ୍ଷ ୩୧,୮୨୦ ଓ କେନ୍ଦୁଝର ପାଇଁ ୨ ଲକ୍ଷ ୯୧ ହଜାର ଟଙ୍କା ଦିଆଯାଇଛି ।
ସମୁଦାୟ ୬ କୋଟି ୬୬ ଲକ୍ଷ ୧୭ ହଜାର ୫୫ ଟଙ୍କା ପଠା ଯାଇଛି । ଜିଲ୍ଲାପାଳମାନେ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛନ୍ତି. ରିଲିଫ ଖର୍ଚ୍ଚ ହୋଇଛି । ଫସଲ ନଷ୍ଟ ପାଇଁ କ୍ଷତିପୂରଣ ବି ଜିଲ୍ଲାପାଳମାନଙ୍କୁ ପଠାଯାଇଛି । ପାଣି ବିଶୋଧନ ଅର୍ଥ ବି ପଠାଯାଇଛି. ଘର ନଷ୍ଟ, ଲୁଗା, ବାସନ, ମତ୍ସ୍ୟଜୀବୀ, ଉଦ୍ଧାର କାର୍ଯ୍ୟ ଖର୍ଚ୍ଚ ବି ଜିଲ୍ଲାପାଳଙ୍କୁ ଦିଆଯାଇଛି । ଆଉ ଗୋଟେ ଲଘୁଚାପ ଯୋଗୁଁ ଦକ୍ଷିଣ ଓଡ଼ିଶାରେ ବନ୍ୟା ଆସିପାରେ. ସେଥିପାଇଁ ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଛି. ଲୋକଙ୍କୁ ସୁବିଧା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
