ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜୁ ଜନତା ଦଳ
ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜୁ ଜନତା ଦଳ । ଦଳ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ କଦାପି ସମର୍ଥନ କରିବ ନାହିଁ । ଉପରାଷ୍ଟ୍ରପତି ନିର୍ବାଚନ ସଂକ୍ରାନ୍ତରେ ଆଜି ଏଭଳି କିଛି ବଡ଼ ବୟାନ ରଖିଛନ୍ତି ବିଜେଡି ନେତା ମହେଶ ସାହୁ । ସେ କହିଛନ୍ତି ଯେ, ଏନଡିଏ ଯେଉଁ ପ୍ରାର୍ଥୀଙ୍କୁ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରିବ, ବିଜେଡି ତାକୁ ସମର୍ଥନ କରିବ ନାହିଁ । ବିଗତ ଦିନରେ ନରେନ୍ଦ୍ର ମୋଦୀ ଓଡ଼ିଶାର ଝିଅକୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ ଆମେ ତାକୁ ସମର୍ଥନ କରିଥିଲୁ । ହେଲେ ଏବେ ସେ ପରିସ୍ଥିତି ନାହିଁ । ତେଣୁ ସମ୍ପୂର୍ଣ୍ଣ ବିରୋଧ ହେବ ।
