”ମେରୀ ମାଟି ମେରା ଦେଶ” ଅଭିଯାନ ଆରମ୍ଭ

ସାହସୀ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ମାନ

ଆଜିଠୁ ଦେଶବ୍ୟାପୀ ଆରମ୍ଭ ହେବ ”ମେରୀ ମାଟି ମେରା ଦେଶ” ଅଭିଯାନ । ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଜନ-ଭାଗିଦାରୀ କାର୍ଯ୍ୟକ୍ରମ ଗାଁରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ଆୟୋଜିତ ହୋଇଛି । ପଞ୍ଚାୟତରେ ସ୍ମାରକୀ ଫଳକ ସ୍ଥାପନ କରାଯିବା ସହ ଅମୃତ ବାଟିକା ସୃଷ୍ଟି ପାଇଁ ଅମୃତ କଳସ ଯାତ୍ରା କରାଯିବ । ଦେଶର କୋଣ ଅନୁକୋଣରୁ ଦିଲ୍ଲୀକୁ ମାଟି ଅଣାଯିବ । ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଥିବା ଗ୍ରାମ, ପଞ୍ଚାୟତ, ବ୍ଲକ, ସହର, ପୌରପାଳିକା ଆଦି ସ୍ଥାନରେ ସାହସୀ ବୀରମାନଙ୍କ ବଳିଦାନର ଆତ୍ମାକୁ ଶୁଭେଚ୍ଛା ଜଣାଇ ସ୍ମାରକୀ ଫଳକ ସ୍ଥାପନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ”ମନ କି ବାତ” ପ୍ରସାରଣ ସମୟରେ ଏହି ଅଭିଯାନ ଘୋଷଣା କରିଥିଲେ । ଏହି ଅଭିଯାନର ଲକ୍ଷ୍ୟ ହେଉଛି ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସାହସୀ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରିବା ।