ଗୋଲାପ ଚନ୍ଦ୍ର ହାଁସଦାଙ୍କ ରହିଛି ବହୁତଳ କୋଠା ସମେତ ୪୪ ଦାମୀ ପ୍ଲଟ

ବନ୍ଧାହେଲେ କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା

ବନ୍ଧାହେଲେ କୋଟିପତି MVI ବାବୁ ।  ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଁସଦାଙ୍କୁ ଗିରଫ କଲା ଭିଜିଲାନସ ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।  ଗୋଲାପ ଚନ୍ଦ୍ର ହାଁସଦାଙ୍କ ବହୁତଳ କୋଠା ସମେତ ୪୪ ଦାମୀ ଦାମୀ ପ୍ଲଟ ଠାବ ହୋଇଥିଲା ।ବାରିପଦା ପ୍ରଫୁଲ୍ଲ ନଗର ଓ ବାଲେଶ୍ବର ଟାଉନରେ ରହିଛି ମୂଲ୍ୟବାନ ପ୍ଲଟ ।  ଭିଜିଲାନସ ରେଡ ବେଳେ ଜବତ ହୋଇଛି ନଗଦ ୨ ଲକ୍ଷ ୩୮ ହଜାର ଟଙ୍କା ।  ବିଭିନ୍ନ ବ୍ୟାଙ୍କରେ ରହିଛି ୧ କୋଟି ୩୪ ଲକ୍ଷ ଟଙ୍କାର ଡିପୋଜିଟ।  ଦୁଇଟି ଗୋଲ୍ଡ ବିସକୁଟ ସମେତ ୫୦୦ଗ୍ରାମ ସୁନା ଓ ୨ କିଲୋ ୫୦୦ ଗ୍ରାମ ରୁପା ଅଳଙ୍କାର ଜବତ କରିଛି ଭିଜିଲାନ୍ସ ।ଏଥିସହ ବେନାମୀ ଟଙ୍କା କାରବାର ସମ୍ପର୍କରେ ତଥ୍ୟ ଥିବା ଏକ ଡାଏରୀ ଜବତ ହୋଇଛି । ବାବୁଙ୍କ ଗୋଟିଏ କାର୍ ଓ ୩ଟି ବାଇକ ରହିଛି । ଝିଅର ମେଡିକାଲ ପାଠପଢ଼ାରେ ଗୋଲାପ ବାବୁ ଖର୍ଚ୍ଚ କରିଛନ୍ତି ୪୦ ଲକ୍ଷ ଟଙ୍କା ।  ୧୯୯୧ ମସିହାରେ ଗୋଲାପ ହାଁସଦା IPO ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ୨୦୦୩ରେ ତାଙ୍କୁ ଜୁନିଅର MVI ପଦକୁ ପଦୋନ୍ନତି କରାଯାଇଥିଲା। ୨୦୨୦ରେ MVI ଭାବେ ସେ ପ୍ରମୋସନ ହୋଇଥିଲେ। ବର୍ତମାନ ଗୋଲାପଙ୍କ ମାସିକ ଦରମା ହେଉଛି ଏକ ଲକ୍ଷ ୮ ହଜାର ଟଙ୍କା ।  ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ।