ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣାରେ ବୋର୍ଡ ଉପସଭାପତି ଗିରଫ
ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣାରେ ବୋର୍ଡ ଉପସଭାପତି ଗିରଫ। ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ଗିରଫ । ଦୁଇ ଥର ଜେରା ପରେ ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ସୂଚନା । ତାଙ୍କ ଲାପଟପରୁ ଚୋରି ହୋଇଥିଲା ପ୍ରଶ୍ନପତ୍ର। ଗତକାଲି ତାଙ୍କୁ ୩ ଘଣ୍ଟା ଧରି ଜେରା କରିଥଲା କ୍ରାଇମବ୍ରାଞ୍ଚ । ନିହାରଙ୍କ ଲାପଟପରୁ ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଚୋରି ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ଜିତନ ହିଁ ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ନିହାରଙ୍କ ଲାପଟପରୁ ଚୋରି କରିଥିଲା। ଏହାକୁ ଅଭିଯୁକ୍ତ ବିଜୟ ମିଶ୍ରକୁ ଦେଇଥିଲା । ବୋର୍ଡ ଉପସଭାପତିଙ୍କ ଲାପଟପକୁ ପ୍ରଶ୍ନପତ୍ର କିଭଳି ଆସିଲା, ସେ ନେଇ ତନାଘନା ତଦନ୍ତ କରିଛି କ୍ରାଇମବ୍ରାଞ୍ଚ। ବୋର୍ଡ ଉପସଭାପତି ନିହାରଙ୍କୁ ମିଶାଇ ପ୍ରଶ୍ନପତ୍ର ଲିକ ମାମଲାରେ ୮ ଜଣ ଗିରଫ ହେଲେଣି ।

Nice post! 1754807305