ବୌଦ୍ଧ ଜିଲ୍ଲା MVI ଗୋଲାପ ଚନ୍ଦ୍ର ହାସଁଦାଙ୍କ ଘରେ ରେଡ୍

ଭିଜିଲାନ୍ସ ଜାଲରେ ବୌଦ୍ଧ ଏମଭିଆଇ

ଭିଜିଲାନ୍ସ ଜାଲରେ ଏମଭିଆଇ। ବୌଦ୍ଧ ଜିଲ୍ଲା MVI ଗୋଲାପ ଚନ୍ଦ୍ର ହାସଁଦାଙ୍କ ଘରେ ରେଡ୍।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରୁଛି ଟିମ୍ । ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚାଲିଛି। ବାରିପଦା, ବୌଦ୍ଧ ଓ ଭୁବନେଶ୍ବରରେ ଯାଞ୍ଚ ହେଉଛି ।ଗୋଲାପ ହାସଁଦାଙ୍କ ବାରିପଦା ଘର, ବୌଦ୍ଧ ଭଡ଼ା ଘର ଓ RTO ଅଫିସରେ ଚଢାଉ କରୁଛି ଭିଜିଲାନ୍ସ । ଏହାସହ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ସ୍ଥିତ ପୈତୃକ ଘରେ ମଧ୍ୟ ରେଡ୍ ଚାଲିଛି। ଭୁବନେଶ୍ବର ପାଣ୍ଡରାରେ ଝିଅ ରହୁଥିବା ଫ୍ଲାଟରେ ବି ଚଢ଼ାଉ ହେଉଛି । ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଙ୍କ ନିର୍ଦ୍ଦେଶରେ ଚାଲିଛି ରେଡ୍ । ଚଢ଼ାଉରେ ୪ DSP, ୭ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି।