ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟରେ ଖୋଲିବ ମଡେଲ୍ ମଣ୍ଡି

ରାଜ୍ୟର ୩୦ଟି ଜିଲ୍ଲାରେ ହେବ ୩୮ଟି ମଡେଲ୍ ମଣ୍ଡି: ସମବାୟ ମନ୍ତ୍ରୀ

ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟରେ ଖୋଲିବ ମଡେଲ୍ ମଣ୍ଡି । ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ସୂଚନା। ରାଜ୍ୟର ୩୦ଟି ଜିଲ୍ଲାରେ ହେବ ୩୮ଟି ମଡେଲ୍ ମଣ୍ଡି । ଆବଶ୍ୟକତା ଦେଖି ବଡ଼ ଜିଲ୍ଲାରେ ୨ଟି ମଣ୍ଡି ହେବ । ମଡେଲ୍ ମଣ୍ଡିରେ ରହିବ ବିଶ୍ରାମଗାର ଓ ଟିଫିନ୍ ସେଣ୍ଟର । ପାନୀୟ ଜଳ, ଶୌଚାଳୟ ଓ ପାର୍କିଂ ସୁବିଧା ବି ରହିବ । ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିବା କହିଲେ ସମବାୟ ମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ମଡେଲ ମଣ୍ଡି ସ୍ଥାପନ ସଂପର୍କରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କ ସୁବିଧା ସହ ମଣ୍ଡିରେ ଉତ୍ତମ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି।

One thought on “ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟରେ ଖୋଲିବ ମଡେଲ୍ ମଣ୍ଡି

Comments are closed.