୩ଟି ଜିଲ୍ଲାର ୮ଟି ବ୍ଲକ ପ୍ରଭାବିତ
ଉତ୍ତର-ଓଡ଼ିଶାରେ କେମିତି ରହିଛି ବନ୍ୟା ସ୍ଥିତି । ଆକାଶ ମାର୍ଗରୁ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବନ୍ୟା ସ୍ଥିତି ଦେଖି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀ ଏରିଏଲ ସର୍ଭେ କରିଥିବା ବେଳେ ସାଙ୍ଗରେ ଥିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଏବଂ ସ୍ବତନ୍ତ୍ର ରିଲିଫ କମିଶନର । ସମସ୍ତେ ହେଲିକେପ୍ଟର ଯୋଗେ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତିର ଅନଧ୍ୟାନ କରିଛନ୍ତି । ବନ୍ୟାରେ ବେହାଲ ହୋଇଛି ଉତ୍ତର ଓଡିଶା । ଲଗାତାର ବନ୍ୟା ଆସିବା ଫଳରେ ବାଲେଶ୍ବର, ଭଦ୍ରକର ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ଏବେ କେମିତି ରହିଛି ସ୍ଥିତି । କଣ ହୋଇଛି କ୍ଷୟକ୍ଷତି ତାର ସମୀକ୍ଷା ଆକାଶ ମାର୍ଗରୁ କରିଛନ୍ତି ମୁଖ୍ୟମନ୍ତ୍ରୀ ।

୩ଟି ବନ୍ୟା ପ୍ରଭାବିତ ଜିଲ୍ଲା ବୁଲି ଦେଖିବା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା। ବିଶେଷ କରି ୩ଟି ଜିଲ୍ଲାର ୮ଟି ବ୍ଲକ ପ୍ରଭାବିତ ହୋଇଛି । ବାଲେଶ୍ବର ଜିଲ୍ଲାର ୪ଟି ବ୍ଲକ ପ୍ରଭାବିତ ହୋଇଛି । ବସ୍ତା, ବାଲିଆପାଳ, ଭୋଗରାଇ, ଜଳେଶ୍ବର ପ୍ରଭାବିତ ହୋଇଛି ।ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରୀପୋଖରୀ ବ୍ଲକ୍ ପ୍ରଭାବିତ । ଯାଜପୁର ଜିଲ୍ଲାର ଯାଜପୁର ଓ ଦଶରଥପୁର ବ୍ଲକ ପ୍ରଭାବିତ ।କେନ୍ଦୁଝର ଜିଲ୍ଲା ସେପରି ଭାବେ ପ୍ରଭାବିତ ହୋଇ ନାହିଁ । ମୋଟ୍ ୮୧ଟି ଗାଁ, ୩୦ ହଜାର ଲୋକେ କ୍ଷତି ସହିଛନ୍ତି। ବନ୍ୟାସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଭିତରେ ରହିଛି- ମୁଖ୍ୟମନ୍ତ୍ରୀ । ୧୦ ହଜାର ଲୋକଙ୍କୁ ଦୁଇ ବେଳା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଯେଉଁସବୁ ସ୍ଥାନରେ ଲୋକଙ୍କ ଘର କ୍ଷତି ହୋଇଛି କ୍ଷତିପୂରଣ ଦିଆଯିବ । ଜିରୋ କାଜୁଆଲିଟିକୁ ସରକାର ଗୁରୁତ୍ବ ଦେଉଛନ୍ତି ।
