ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ଭୁବନେଶ୍ବର R&B ଡିଭିଜନ-୩ର ଆସିଷ୍ଟାଣ୍ଟ ଇଞ୍ଜିନିୟର ରାଜକିଶୋର ଜେନାଙ୍କ ଘରେ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରୁଛି ଭିଜିଲାନ୍ସ । ଭୁବନେଶ୍ବର ଓ ନୟାଗଡର ୧୦ଟି ସ୍ଥାନରେ ଚାଲିଛି ରେଡ୍ । ଭୁବନେଶ୍ବର ନୀଳାଦ୍ରିବିହାରରେ ଥିବା ୩ ମହଲା କୋଠାରେ ରେଡ୍ ଚାଲିଛି ।ଏହାସହ କସମୋପଲିସି ଓ ଡୁମଡୁମା ଫ୍ଲାଟରେ ଚଢ଼ାଉ କରୁଛି ଟିମ୍ । ପାହାଳ ସିମ୍ଫୋନି ମଲରେ ଥିବା ଦୋକାନ, ଜାଗମରା ଘରେ ମଧ୍ୟ ଚାଲିଛି ତନାଘନା । ଭୁବନେଶ୍ବର ସରକାରୀ କାର୍ଯ୍ୟାଳୟ ଓ ପଟିଆରେ ଥିବାସମ୍ପର୍କୀୟଙ୍କ ଘରେ ଚଢ଼ାଉ ହେଉଛି । ସେପଟେ ପୈତୃକ ଘର ନୟାଗଡ ଜଗନ୍ନାଥପ୍ରସାଦ ଓ ଶବାଜି ନଗରରେ ରେଡ୍ କରୁଛି ତଦନ୍ତକାରୀ ଟିମ୍ । ଚଢ଼ାଉରେ ୭ଜଣ ଡିଏସପି, ୫ଜଣ ଇନସ୍ପେକ୍ଟର, ଜଣେ ଏସଆଇ, ୧୧ ଏଏସଆଇ ସାମିଲ ଅଛନ୍ତି ।
