FM ୟୁନିଭର୍ସିଟିରୁ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

FM ୟୁନିଭର୍ସିଟିର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ

ସହକାରୀ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ । ବାଲେଶ୍ବର ଏଫଏମ୍ ବିଶ୍ବବିଦ୍ୟାଳୟ ପରିସରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ସହକାରୀ ପ୍ରଫେସରଙ୍କ ଘରେ ପଶି ଦୁଷ୍କର୍ମ ଉଦ୍ୟମ କରିଥିଲା ଶ୍ରମିକ । କ୍ବାର୍ଟରରେ ପ୍ରଫେସର ନଥିବାବେଳେ ଗ୍ୟାସ୍ ମରାମତି ବାହାନାରେ ପଶିଥିଲା  । ପରେ ପ୍ରଫେସରଙ୍କ ସ୍ତ୍ରୀଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା ।  ପ୍ରଫେସରଙ୍କ ସ୍ତ୍ରୀ କୌଶଳକ୍ରମେ ଖସି ଆସି ସ୍ବାମୀଙ୍କୁ ଫୋନ କରିଥିଲେ । ଏହି ସମୟରେ ଶ୍ରମିକ ଜଣକ ଦୌଡ଼ି ପଳାଇବାବେଳେ ଗୋଡାଇ ଗୋଡାଇ ଧରିଥିଲେ ସିକ୍ୟୁରିଟି ଗାର୍ଡ ।  ପରେ ଶ୍ରମିକକୁ ପୋଲିସର ଜିମା ଦିଆଯାଇଛି । ଥାନାରେ ଏତଲା ଦେବା ପରେ ଅଭିଯୁକ୍ତକୁ ଗିରଫ କରିଛି ରେମୁଣା ପୋଲିସ। ଅନ୍ୟପଟେ ଏଫଏମ କଲେଜରେ ଜଣେ ଛାତ୍ରୀ ଜୀବନ ହାରିବା ଘଟଣା ପରେ ସାରା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା ।  କଲେଜରେ କିଭଳି ଜଣେ ପ୍ରଫେସର ଛାତ୍ରୀଙ୍କୁ ମାନସିକ ନିର୍ୟାତନା ଦେଉଥିଲେ ତାହା ସାମ୍ନାକୁ ଆସିଥିଲା । ଏବେ ଏହି ଘଟଣା ପୁଣି ବାଲେଶ୍ୱରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।