ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପରେ ବାଧା

ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କଣ୍ଟ୍ରାକ୍ଟ ବାତିଲ

ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ ହୋଇଥିବା କଣ୍ଟ୍ରାକ୍ଟ ବାତିଲ । କାର୍ଯ୍ୟ ବିଳମ୍ବ ହେଉଥିବାରୁ ଠିକା ସଂସ୍ଥାର କଣ୍ଟ୍ରାକ୍ଟ ବାତିଲ । ଠିକା ସଂସ୍ଥା ସିଗାଲ ଇଣ୍ଡିଆ ଓ ରଞ୍ଜିତ ବିଲ୍ଡକନ୍‌ ସହ କଣ୍ଟ୍ରାକ୍ଟ ବାତିଲ । କଣ୍ଟ୍ରାକ୍ଟ ବାତିଲ କଲା ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌ । ଦିଲ୍ଲୀ ମେଟ୍ରୋ ଓ ସିଗାଲ ଇଣ୍ଡିଆ ସହ ହୋଇଥିବା ଚୁକ୍ତି ବାତିଲ। ୬ଟି ମେଟ୍ରୋ ଷ୍ଟେସନ ପାଇଁ ଥିବା ଟେଣ୍ଡର ବାତିଲ ।ପ୍ରାୟ ୮ ମାସ ହେଲା ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଥିଲା । ସେପଟେ ସେଗାଲ ଇଣ୍ଡିଆ ପକ୍ଷରୁ ବି ଡିଏମଆରସି ଦ୍ବାରା ଚୁକ୍ତି ବାତିଲ କରାଯାଇଥିବା ସୂଚନା ଦିଆଯାଇଛି । ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପର ପୁରୁଣା କଣ୍ଟ୍ରାକ୍ଟକୁ ବାତିଲ କଲେ ରାଜ୍ୟ ସରକାର । ସିଇଆଇଜିଆଇଏଲ୍ ଇଣ୍ଡିଆ ଲିମିଟେଡ୍ ଏବଂ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍‌କୁ ପୂର୍ବ ସରକାର କଣ୍ଟ୍ରାକ୍ଟ ଦେଇଥିଲେ ।କିନ୍ତୁ ଏହି ଦୁଇ କଂପାନି ରାଜ୍ୟ ସରକାରଙ୍କ ଅନୁରୋଧ ସତ୍ତ୍ବେ ନିୟମ ଅନୁଯାୟୀ ଉପଯୁକ୍ତ କ୍ଷତିପୂରଣ ଦେଇନାହାନ୍ତି । ଏପରିକି ଦୁଇ କଂପାନି ମେଟ୍ରୋ ରେଳ ପ୍ରକଳ୍ପକୁ ନଷ୍ଟ କରିଥିବା ଅଭିଯୋଗ ଆଣି ଓଡ଼ିଶା ସରକାର ଏଭଳି କଠୋର ପଦକ୍ଷେପ ନେଇଥିବା କୁହାଯାଇଛି ।