ଏକାସାଙ୍ଗରେ ୩୦ ଦିନର ଛୁଟି ନେଇପାରିବେ ସରକାରୀ କର୍ମଚାରୀ
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏବେ ଏକାସାଙ୍ଗରେ ମିଳିବ ୩୦ ଦିନର ଛୁଟି । ଆଉ କଟିବନି ଦରମା । ପରିଣତ ବୟସରେ ପିତାମାତାଙ୍କ ସେବା କରିବାକୁ ସରକାରୀ କର୍ମଚାରୀମାନେ ୩୦ ଦିନ ଛୁଟି ନେଇ ପାରିବେ । ଏବେ ପିତାମାତାଙ୍କ ସେବା କରିବା ପାଇଁ ଛୁଟି ନେଇ ପାରିବେ ସରକାରୀ କର୍ମଚାରୀ । ବୃଦ୍ଧ ମାତାପିତାଙ୍କ ଯତ୍ନ ପାଇଁ କେନ୍ଦ୍ର ସରକାରୀ କର୍ମଚାରୀ ୩୦ ଦିନିଆ ଛୁଟି ନେଇପାରିବେ । ଅନ୍ୟ କୌଣସି ବ୍ୟକ୍ତିଗତ କାରଣ ପାଇଁ ମଧ୍ୟ ଏହି ଛୁଟି ନିଆଯାଇପାରିବ । ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ।ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ସେବା ନିୟମ ଅନୁଯାୟୀ ୩୦ ଦିନର ଅର୍ଜିତ ଛୁଟି ମିଳିଥାଏ । ଯାହାକୁ ସେମାନେ ଯେକୌଣସି ବ୍ୟକ୍ତିଗତ କାରଣ ଦର୍ଶାଇ ନେଇପାରିବେ । କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କର୍ମଚାରୀଙ୍କ ଏହି ଛୁଟି ବିଷୟରେ ସୂଚନା ଦେଇଛନ୍ତି । ସେ ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ରୀୟ ସିଭିଲ୍ ସର୍ଭିସେସ୍ ଲିଭ୍ ନିୟମ ୧୯୭୨ ଅନୁଯାୟୀ, ଜଣେ କେନ୍ଦ୍ର ସରକାରୀ କର୍ମଚାରୀ ପ୍ରତିବର୍ଷ ୩୦ ଦିନର ଅର୍ଜିତ ଛୁଟି, ୨୦ ଦିନର ହାପ୍ ଡେ ଛୁଟି, ଆଠ ଦିନର କାଜୁଆଲ୍ ଲିଭ୍ ଏବଂ ଦୁଇ ଦିନର ପ୍ରତିବନ୍ଧିତ ଛୁଟି ଅର୍ଥାତ ରେଷ୍ଟ୍ରିକଟେଡ୍ ହଲିଡେ ପାଇବାର ହକଦାର ।
