ସାଂସଦ ପଦ ପରେ ଦିଲ୍ଲୀ ଘରକୁ ଫେରିଲେ ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ ସଂସଦ ପଦ ଫେରିପାଇବା ପରେ ଏବେ ଦିଲ୍ଲୀ ଘରକୁ ଫେରିଛନ୍ତି । ୨୦୧୯ ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ସୁରତ ଅଦାଲତ ଦେଇଥିବା ଦଣ୍ଡାଦେଶ ଉପରେ ସୁପ୍ରିମ୍ କୋର୍ଟ ରହିତାଦେଶ ଜାରି କରିବା ପରେ ଲୋକସଭା ସଦସ୍ୟତା ଫେରି ପାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଲୋକସଭା ସଦସ୍ୟତା ଫେରି ପାଇବା ପରେ ଏବେ କେନ୍ଦ୍ରୀୟ ଦିଲ୍ଳୀ ସ୍ଥିତ ତାଙ୍କ ସରକାରୀ ବାସଭବନ ଫେରି ପାଇଛନ୍ତି ରାହୁଲ। ବାସଭବନ ମିଳିବା ପରେ ରାହୁଲ କହିଛନ୍ତି, ସାରା ଭାରତ ହେଉଛି ମୋ ଘର। ଲୋକସଭା ସଦସ୍ୟତା ରଦ୍ଦ ହେବାପରେ ଲୋକସଭା ହାଉସିଂ କମିଟି ପକ୍ଷରୁ ତାଙ୍କୁ ଏପ୍ରିଲ ୨୨, ୨୦୨୩ ସୁଦ୍ଧା ବଙ୍ଗଳା ଛାଡ଼ିବାପାଇଁ ନୋଟିସ୍ କରାଯାଇଥିଲା। ଏହା ପରେ ରାହୁଲ ନିଜ ବଙ୍ଗଳାରୁ ସମସ୍ତ ଜିନିଷପତ୍ର ନେଇ ବଙ୍ଗଳା ଛାଡ଼ିଥିଲେ । ତେବେ ୨୦୦୫ରୁ ରାହୁଲ ୧୨ ତୁଗଲକ ଲେନ୍ ବଙ୍ଗଳାରେ ରହି ଆସୁଥିଲେ। ବଙ୍ଗଳା ଛାଡ଼ିବାପରେ ରାହୁଲ ଗଣମାଧ୍ୟମରେ କହିଥିଲେ, ମୁଁ ସତ କହିବାର ମୂଲ୍ୟ ଦେଉଛି। ଏବେ ମା’ ସୋନିଆଙ୍କ ସହ ମୁଁ ୧୦ ଜନପଥସ୍ଥିତ ବାସଭବନରେ ରହିବି।