ମୃତ୍ୟୁ ପୂର୍ବରୁ ନିଶା ସେବନ କରିଥିଲେ ଶୁଭଲକ୍ଷ୍ମୀ

ଶୁଭଲକ୍ଷ୍ମୀଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ସାଂଘାତିକ ତଥ୍ୟ !

ଦିନ ଗଡୁଛି ସସପେନ୍ସ ବଢୁଛି । ଧୀରେଧୀରେ ଶୁଭଲକ୍ଷ୍ମୀଙ୍କ ସୁଇସାଇଡ଼ ରହସ୍ୟରୁ ହଟୁଛି ପରଦା । ଏହାରି ଭିତରେ ଆସିଛି ଶୁଭଲକ୍ଷ୍ମୀଙ୍କ ପୋଷ୍ଟମର୍ଟମ ରିପୋର୍ଟ । ପୋଷ୍ଟମର୍ଟମ ରିପୋର୍ଟରେ ଆସିଥିବା ତଥ୍ୟ ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ପୋଷ୍ଟମର୍ଟମ ରିପୋର୍ଟରେ ଶୁଭଲକ୍ଷ୍ମୀ ନିଶା ସେବନ କରିଥିବା ସ୍ପଷ୍ଟ ହୋଇଛି । ଏହି ନିଶା ମୃତ୍ୟ ପୂର୍ବରୁ ଶୁଭଲକ୍ଷ୍ମୀ ନିଜେ ସେବନ କରିଥିଲେ ନା ଏଥିପାଇଁ ତାଙ୍କୁ କିଏ ପ୍ରବର୍ତ୍ତାଇ ଥିଲା ତାକୁ ନେଇ ତଦନ୍ତ କରୁଛି ପୋଲିସ । ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ମୃତ୍ୟୁର ୪ରୁ ୬ ଘଣ୍ଟା ପୂର୍ବରୁ ଶୁଭଲକ୍ଷ୍ମୀ ନିଶା ସେବନ କରିଥିବା ସୂଚନା ରହିଛି ।

ଘଟଣାର ତନ୍ନ ତନ୍ନ କରି ତଦନ୍ତ କରୁଛି ପୋଲିସ । ଭିସେରା ଓ ପୋଷ୍ଟମର୍ଟମ ସାମ୍ପୁଲକୁ SFSL ପଠା ଯାଇଥିବା ବେଳେ ବାର୍‌ କର୍ମଚାରୀ, ପରିବାର ଓ ବୟଫ୍ରେଣ୍ଡଙ୍କୁ ମାରାଥନ ଜେରା କରିଛି ପୋଲିସ । ତେବେ ଶୁଭଲକ୍ଷ୍ମୀଙ୍କ ମୃତ୍ୟ ହତ୍ୟା ନା ଆତ୍ମହତ୍ୟା ତାହା ଏଯାଏଁ ସ୍ପଷ୍ଟ ହୋଇ ନଥିବା ବେଳେ ପରିପାର୍ଶ୍ଵିକ ସ୍ଥିତି ସୃଷ୍ଟି କରୁଛି ଅନେକ ପ୍ରଶ୍ନବାଚୀ। ଯାହାର ପୁରା ଖିଅ ଖୋଜୁଛି ପୋଲିସ ।