ଓଡ଼ିଶା ବନ୍ଦ ଆନ୍ଦୋଳନ: କଂଗ୍ରେସ ଓ ବିଜେଡିକୁ ହାଇକୋର୍ଟଙ୍କ ନୋଟିସ
ଓଡ଼ିଶା ବନ୍ଦ ଆନ୍ଦୋଳନ ପାଇଁ କଂଗ୍ରେସ ଓ ବିଜେଡିକୁ ହାଇକୋର୍ଟଙ୍କ ନୋଟିସ । କାହିଁକି ଓ କେଉଁ ପରିସ୍ଥିତି ଓଡ଼ିଶା ବନ୍ଦ କଲେ, ସେ ନେଇ ନୋଟିସ୍ କରିଛନ୍ତି ହାଇକୋର୍ଟ। ଓଡ଼ିଶା ବନ୍ଦ ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସେପଟେ ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ । ବର୍ତ୍ତମାନ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ତେଣୁ ଏସଆଇଟି ତଦନ୍ତର ଆବଶ୍ୟକତା ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।
