ପୁଣି ବୁଡେଇବ ବର୍ଷା !

ଆସନ୍ତା ୧୪ରେ ଆସୁଛି ବଡ ବର୍ଷା !

 ପୁଣି ଆସୁଛି ଆଉ ଏକ ବଡ ବର୍ଷା। ଲଗାଣ ବର୍ଷାରେ ବେହାଲ ହେବ ପରେ ଓଡ଼ିଶାରେ ଦେଖା ଦେଇଥିଲା ସ୍ଵାଭାବିକ ପାଗ । ହେଲେ ଏବେ ପାଣିପାଗରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ପୁଣି ବୁଡିବ ସାରା ଓଡ଼ିଶା ! ଆସନ୍ତା ୧୪ ରୁ ୧୭ ତାରିଖ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରଭାବିତ ହେବ ଉତ୍ତର ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲା ।

୧୩ ତାରିଖରେ ଗାଙ୍ଗେୟ ଉପତ୍ୟାକା ଏବଂ ଉତ୍ତର ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ଲଘୁଚାପ ପ୍ରଭାବରେ ୪ରୁ ୫ଦିନ ଲଗାଣ ବର୍ଷା ନେଇ ଅନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ଯାହାକୁ ନେଇ ପୁଣି ତଳିଆ ଅଞ୍ଚଳରେ ଖେଳିଯାଇଛି ଭୟର ବାତାବରଣ।