ଅମରନାଥ ଯାତ୍ରା ସ୍ଥଗିତ

ପ୍ରବଳ ବର୍ଷା ଯୋଗୁଁ ଅମରନାଥ ଯାତ୍ରା ସ୍ଥଗିତ

ଆଜି ପ୍ରବଳ ବର୍ଷା ହେଉଥିବାରୁ ଅମରନାଥ ଯାତ୍ରାକୁ ସ୍ଥଗିତ କରାଯାଇଛି । ପ୍ରବଳ ବର୍ଷା ପାଇଁ ଯାତାୟାତରେ ଅସୁବିଧା ହେବା ସହ ବାଲଥାଲ ଏବଂ ପହଲଗାଓଁରୁ ତୀର୍ଥଯାତ୍ରୀଙ୍କ ଆଗମନକୁ ବର୍ତ୍ତମାନ ପାଇଁ ବନ୍ଦ କରାଯାଇଛି । ସୂଚନା ଅନୁସାରେ ଜମ୍ମୁ ଏବଂ କାଶ୍ମୀରରେ ପାଗ ବହୁତ ଖରାପ ରହିଛି ଏବଂ ଗତକାଲିଠାରୁ ପ୍ରବଳ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ନଦୀ ଏବଂ ନାଳଗୁଡିକ ଉଛୁଳି ପଡିଛି । ଅନେକ ଜିଲାରେ ଅଣ୍ଡରପାସ୍‍ ବର୍ଷା ପାଣିରେ ପୂର୍ଣ୍ଣ ହୋଇଛି । ପାହାଡ ଫାଟିବା ଏବଂ ଭୂସ୍ଖଳନର ଆଶଙ୍କା ମଧ୍ୟ ରହିଛି । ଭାରତୀୟ ପାଣିପାଗ ବିଭାଗର ଆଗାମୀ ୫ଦିନ ଅର୍ଥାତ୍‍ ୨୧ ଜୁଲାଇ ପର୍ଯ୍ୟନ୍ତ ଜମ୍ମୁ ଏବଂ କାଶ୍ମୀରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି ।

ପହଲଗାଓଁ ମାର୍ଗ ଅନନ୍ତନାଗ ଜିଲାରୁ ଆରମ୍ଭ ହୁଏ ଏବଂ ଏହି ମାର୍ଗ ଦେଇ ତୀର୍ଥଯାତ୍ରୀମାନେ ବାବା ଅମରନାଥଙ୍କ ଗୁମ୍ଫାରେ ପହଞ୍ଚିବା ପାଇଁ ୩୬ରୁ ୪୮କିଲୋମିଟର ଦୂରତା ଅତିକ୍ରମ କରିଥାନ୍ତି ।ଏହି ରାସ୍ତାରେ ଖାଲଖମା କମ ଥିବାରୁ ବୟସ୍କ ତୀର୍ଥଯାତ୍ରୀଙ୍କ ପାଇଁ ଉପଯୁକ୍ତ ହୋଇଥାଏ । ଅନ୍ୟପକ୍ଷରେ ବାଲଥାଲ ମାର୍ଗ ଗାନ୍ଦେରବଲ ଜିଲାରୁ ଆରମ୍ଭ ହୁଏ । ଏହି ମାର୍ଗ ଦେଇ ବାବା ଅମରନାଥଙ୍କ ଗୁମ୍ଫାରେ ପହଞ୍ଚିବା ପାଇଁ ୧୬ କିଲୋମିଟର ଅତିକ୍ରମ ପଡିବାକୁ ପଡେ । ଏହି ମାର୍ଗରେ ଅଧିକ ଖାଲଖମା ରହିଛି । ଏହି ମାର୍ଗରେ ସୁରକ୍ଷା ପାଇଁ ସେନା କର୍ମଚାରୀ, ଅର୍ଦ୍ଧସାମରିକ ବାହିନୀ, ସିଆରପିଏଫ୍‍ ଏବଂ ପୁଲିସ ନିୟୋଜିତ ରହିଛନ୍ତି ।