୧୭ରେ ଓଡ଼ିଶା ବନ୍ଦ ଡାକରା
୧୭ରେ ଓଡ଼ିଶା ବନ୍ଦ ଡାକରା। ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ଘେରିବା ସହ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି । ଏହାରି ଭିତରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ ଓ ବାମପନ୍ଥୀ ଦଳ ।ଏହି ସମୟରେ ସ୍କୁଲ, କଲେଜ, ଦୋକାନ, ବଜାର ବନ୍ଦ ରହିବ । ଆଜି ସବୁ ସହରରେ ଜଳାଯିବ କ୍ୟାଣ୍ଡେଲ ଲାଇଟ୍ । କ୍ୟାଣ୍ଡେଲ ଶୋଭାଯାତ୍ରା କରି ସୌମ୍ୟାଶ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବ କଂଗ୍ରେସ । ତେବେ ଓଡ଼ିଶା ବନ୍ଦ ଡାକରାରେ ସମସ୍ତେ ସାମିଲ ହେବା ପାଇଁ ଆହ୍ଵାନ ଦେଇଛି ଦଳ।
