ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ
ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ। ପଳାସିଆ ଗାଁ ମଶାଣିରେ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପଞ୍ଚଭୂତରେ ଲୀନ ହେଲେ ସୌମ୍ୟାଶ୍ରୀ। ଗାଁ ଝିଅକୁ ଅଶ୍ରୁଳ ବିଦାୟ ଦେଲେ ହଜାର ହଜାର ଲୋକ। ସୌମ୍ୟାଶ୍ରୀଙ୍କୁ ହରାଇ ମ୍ରିୟମାଣ ହୋଇପଡ଼ିଛି ପୂରା ପଳାସିଆ ଗାଁ। ଝିଅର ବିୟୋଗରେ ଭାଙ୍ଗିପଡ଼ିଛି ପୂରା ପରିବାର । ଛାତିପିଟି କାନ୍ଦୁଛି ଜେଜେ ମା’, ପାଗଳ ହୋଇଯାଇଛି ଜନ୍ମକଲା ମା’। ବଢ଼ିଲା ଝିଅକୁ ହରାଇ ବାପା ମୁକ ପାଲଟିଯାଇଛି । ବାଲେଶ୍ୱରର ଏହି ଘଟଣା କେବଳ ଓଡ଼ିଶାରେ ନୁହେଁ ରାଜଧାନୀ ଦିଲ୍ଲୀରେ ବି କମ୍ପନ ସୃଷ୍ଟି କରିଛି । ରାଜନୈତିକ ପାଣି ପାଗକୁ ଗରମ କରିଛି । ଘଟଣାଟି ଏତେ ସମ୍ୱେଦନଶୀଳ ଥିଲା ଯେ ସୌମ୍ୟାଶ୍ରୀଙ୍କ ପାଇଁ ରାତି ଅଧରେ ଶବ ବ୍ୟବଚ୍ଛେଦ କରାଗଲା ।
