ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା, ହତ୍ୟା ନା ଆତ୍ମହତ୍ୟା !

ରହସ୍ୟ ଖୋଲିବ ଶୁଭଲକ୍ଷ୍ମୀଙ୍କ ଇନଷ୍ଟାଗ୍ରାମ ସ୍ଟାଟସ !

ଦୀପାଳି ବାରରେ ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ। ହୋଟେଲ ଦୀପାଳି, ରୁମ ନଂ ୨୦୫, ଯେଉଁଠି ମିଳିଥିଲା ଶୁଭଲକ୍ଷ୍ମୀ ସାହୁଙ୍କ ଝୁଲନ୍ତା ମୃତଦେହ । ଯାହାକୁ ନେଇ ଉଙ୍କି ମାରୁଛି ଅନେକ ପ୍ରଶ୍ନବାଚୀ। ବୁଢିଆଣୀ ଜାଲ ପରି ପୁରା ଘଟଣା ଉପରୁ ହଟୁନି ସସପେନ୍ସ । ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ । ସେପଟେ କମିଶନରେଟ୍ ପୁଲିସ୍ ମୃତ ଛାତ୍ରୀଙ୍କ ମୋବାଇଲ ଫୋନକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି।

ଏହି ଯାଞ୍ଚ କରୁ କରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଘଟଣାକୁ ଆହୁରି ରୋଚକ କରିଛି । ଇନଷ୍ଟାଗ୍ରାମ ସ୍ଟାଟସରେ ଅଛି ଜଣେ ଯୁବକଙ୍କ ସହ ଫୋଟୋ। କିଏ ଏହି ଯୁବକ , ଶୁଭଲକ୍ଷ୍ମୀଙ୍କ ସହ ତାଙ୍କର ସମ୍ପର୍କ କଣ ? ଏ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ । ଖୁବଶୀଘ୍ର ଯୁବକଙ୍କ ପାଖରେ ପହଞ୍ଚିବ ପୋଲିସ । ମୃତ ଶୁଭଲକ୍ଷ୍ମୀ ସାହୁଙ୍କ ଘର ଭଦ୍ରକ କୁଆବାଗ ସାହିରେ। ପରିବାର ଲୋକଙ୍କ ସୂଚନା ଅନୁଯାୟୀ ସେ ରମାଦେବୀର ଯୁକ୍ତ ଦୁଇ ଛାତ୍ରୀ ଥିଲେ। ଆଉ ହୋଟେଲ ଭିତରୁ ମୃତଦେହ ମିଳିବା ପରେ ଘଟଣା ଧୀରେ ଧୀରେ ନେଉଛି ନୂଆ ମୋଡ଼।