ଫିରିଙ୍ଗିଆ ଥାନା ପୋଡ଼ି, ପୋଲିସ ଲିଷ୍ଟରେ ନେତାଙ୍କ ନାଁ

ଗିରଫ ଭୟରେ ପୁରୁଷ ଶୂନ୍ୟ ହୋଇଛି ପୁରା ଗାଁ

 ଦିନକୁ ଦିନ ରୋଚକ ମୋଡ ନେଉଛି ଫିରିଙ୍ଗିଆ ଥାନା ପୋଡି ଓ ପୋଲିସକୁ ମାଡ଼ ଘଟଣା। ଗତ ଶନିବାର ଫିରିଙ୍ଗିଆ ଥାନାରେ ପଶି ଲଙ୍କାକାଣ୍ଡ ରଚିଥିବା କିଛି ବ୍ୟକ୍ତିଙ୍କୁ ପୋଲିସ ଠାବ କରିଥିବା ବେଳେ ଅନେକ ଏଯାଏଁ ଫେରାର ଅଛନ୍ତି। ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା କି ଏଯାବତ ମୋଟ ୩୦୦ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ଏହି ଲିଷ୍ଟରେ ରହିଛି ଅନେକ ନେତାଙ୍କ ନାଁ , ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏପଟେ ଘଟଣା ଭିଆଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ପ୍ରାୟ ୧୯ରୁଊର୍ଦ୍ଧ୍ଵ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ଉଛଣା ରହିଛି । ପୋଲିସ ଲିଷ୍ଟରେ ଫିରିଙ୍ଗିଆ ବ୍ଳକ ଉପାଧ୍ୟକ୍ଷ , ଭୃଙ୍ଗଯୋଡି ସରପଂଚ, ନୂଆପଦର ସରପଂଚ , ଫିରିଙ୍ଗିଆ ସରପଂଚ, ସାଡଙ୍ଗିଆ ସରପଂଚ, ଉପରପାଙ୍ଗାର ପୂର୍ବତନ ସରପଂଚ, କେଲାପଡା ସମିତି ସଭ୍ୟ , ଫିରିଙ୍ଗିଆ ସମିତି ସଭ୍ୟ ନାଁ ଥିବା ଦେଖିବାକୁ ମିଳିଛି । ଘଟଣା ପରେ ଦୁଇ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟରୁ ବିରତକରାଯାଇଥିବା ଏଖିବାକୁ ମିଳିଛି । ଅନ୍ୟପଟେ ଗିରଫ ଭୟରେ ଗାଁ ଏବେ ହୋଇଯାଇଛି ପୁରୁଷ ଶୂନ୍ୟ । ଏ ଦିଗରେ ପୋଲିସ ମଧ୍ୟ ଜୋରସୋର ତଦନ୍ତ ଚଳାଇଥିବା ଦେଖିବାକୁ ମିଳିଛି ।