ଜୁନ୍ ୨୦ରେ ବିଶ୍ୱ ନିଅନ୍ତାଙ୍କ ଘୋଷଯାତ୍ରା। ଏଥିନିମନ୍ତେ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଜୁନ୍ ୧୯ରେ ଶ୍ରୀଜିଉଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ସକାଳ ୮ଟାରୁ ପାରିମାଣିକ ଦର୍ଶନ ଆରମ୍ଭ ହେବ। ୯ଟା ଯାଏଁ ଭକ୍ତମାନେ ପାରିମାଣିକ ଦର୍ଶନ କରିପାରିବେ। ୯ଟାରୁ ୧୧ଟା ଯାଏ ସର୍ବସାଧାରଣ ଦର୍ଶନ ଚାଲିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ପକ୍ଷରୁ କରାଯାଇଥିବା ସମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପୁରୀ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ। ଏକ ଘଣ୍ଟା ଶ୍ରୀଜିଉ ପାରିମାଣିକ ଦର୍ଶନ ଦେବା ପରେ ମହାପ୍ରଭୁଙ୍କ ସାହାଣ ମେଳା ହେବ। ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଭକ୍ତମାନେ ବାହାରପଟେ ଦର୍ଶନ କରିପାରିବେ। ହେଲେ ଭକ୍ତମାନେ ଭିତରପଟ ଦର୍ଶନ କରିପାରିବେ ନାହିଁ। ମହାପ୍ରଭୁଙ୍କ ରୀତିନୀତି ଚାଲୁଥିବାରୁ ଭକ୍ତମାନଙ୍କୁ ଭିତର ପଟେ ଦର୍ଶନ କରିବାକୁ ବାରଣ କରାଯାଇଛି।
Related Posts
ବାର୍ଡ ଫ୍ଲୁ କୁକୁଡ଼ାମରା ପାଇଁ ଚାଷୀଙ୍କୁ କ୍ଷତିପୂରଣ
- User 003
- August 29, 2024
- 0
ମେଟ୍ରୋ ପ୍ରକଳ୍ପକୁ ମୋହନ ସରକାରଙ୍କ ଗୁରୁତ୍ୱ
- User 003
- July 25, 2024
- 0
ତିରୁପତିରେ ମନ୍ଦିର ବାହାରେ ଦଳାଚକଟା
- User 003
- January 9, 2025
- 0