ଜେଲ୍ ଗଲେ MCL ଚିଫ୍ ମ୍ୟାନେଜର
ଜେଲ୍ ଗଲେ MCL ଚିଫ୍ ମ୍ୟାନେଜର (ମାଇନିଂ)। ସୁନ୍ଦରଗଡ଼ ବସୁନ୍ଧରା ଏରିଆ MCL ଚିଫ୍ ମ୍ୟାନେଜରଙ୍କୁ ଜେଲ୍। ଜାମିନ ନାମଞ୍ଜୁର ହେବାରୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ। ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଥିଲା ସିବିଆଇ। କ୍ଷତିପୂରଣ ରାଶି ରିଲିଜ୍ କରାଇ ଦେବାକୁ ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ।
ସିବିଆଇ ପଞ୍ଝାରେ MCL ଚିଫ ମ୍ୟାନେଜର । ୨୦ ହଜାର ଟଙ୍କା ଲାଞ୍ଜ ନେଉଥିବା ବେଳେ ଏମସିଏଲ ଅଧିକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ସିବିଆଇ । ଏମ୍ସିଏଲ ଚିଫ ମ୍ୟାନେଜର ତଥା ଝୁପୁରଙ୍ଗା – ତୁମୁଲିଆ ପ୍ରୋଜେକ୍ଟ ର ଡିସଭର୍ସମେଣ୍ଟ ସେଲର ମୁଖ୍ୟ ଅଖିଲେଶ କୁମାର ବର୍ମାଙ୍କୁ ରେଡ ହ୍ୟାଣ୍ଡେଡ ଧରିଲା ସିବିଆଇ । ଝୁପୁରଙ୍ଗାର ଜଣେ ବିସ୍ଥାପିତଙ୍କ ଠାରୁ ଘର ବାବଦର ଟଙ୍କା ରିଲିଜ କରିବା ପାଇଁ ୩୦ ହଜାର ଟଙ୍କା ମାଗିଥିଲେ ଅଖିଳେଶ । ତେବେ ଅଭିଯୋଗକାରୀ ୩୦ ହଜାର ଟଙ୍କା ଦେଇପାରିବେନି ବୋଲି କହିବାରୁ ୨୦ ହଜାର ଟଙ୍କାରେ କଥା ଛିଡିଥିଲା । ଏହି ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଚଢାଉ କରିଥିଲା ସିବିଆଇ । ଏହା ପରେ ରାତିତମାମ ଅଫିସ ଓ ଏମସିଏଲ କ୍ବାଟରରେ ଚଢାଉ କରିଥିଲା ସିବିଆଇ । ଅଖିଳେଶଙ୍କୁ ଭୁବନେଶ୍ବର ସ୍ଥିତ କାର୍ଯ୍ୟାଳୟରେ ଅଟକ ରଖି ପଚରାଉଚରା କରୁଛି ସିବିଆଇ ।
