ଲାଞ୍ଚ ନେଉଥିଲେ ଏସଆଇ, ମାଡିବସିଲା ଭିଜିଲାନ୍ସ
ଖାକିରେ ଦାଗ ଲଗେଇଲେ ପୋଲିସ ବାବୁ । ଆଉ ଧରାପଡିଲେ ଖୋଦ ଖାକି ହାତରେ । ଭିଜିଲାନ୍ସ ଜାଲରେ ପଡିଲେ ପୋଲିସ ଅଧିକାରୀ । ଏଭଲି ଘଟନା ଦେଖିବାକୁ ମିଳିଛି କୋରାପୁଟ ଜୟପୁର ଅଞ୍ଚଳରେ । ତେବେ ଲାଞ୍ଚ ନେବାବେଳେ ପୋଲିସ ବାବୁଙ୍କୁ ଧରିଛି ଜୟପୁର ଭିଜିଲାନ୍ସ ବିଭାଗ । ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ଅମ୍ବାଗୁଡା ଫାଣ୍ଡି ଏଏସଆଇ ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ଧରିଛି ଭିଜିଲାନ୍ସ ବିଭାଗ । 5 ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଜୟପୁର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା ।
ପ୍ରଶାନ୍ତ ମହାନ୍ତିଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗର ଚଢ଼ାଉ କରାଯାଇଛି । ପ୍ରଶାନ୍ତଙ୍କ ସରକାରୀ ବାସଭବନରୁ 6 ଲକ୍ଷ ଟଙ୍କା ସହିତ 160 ଗ୍ରାମ ସୁନା ଜବତ କରିଛି ଭିଜିଲାନ୍ସ । ଅଧିକ ତଦନ୍ତ ପାଇଁ ଜୟପୁର ମୁଖ୍ୟ କାର୍ଯ୍ୟାଳୟରେ ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ବର୍ତ୍ତମାନ ଭିଜିଲାନ୍ସ କବ୍ଜାରେ ପୋଲିସ ବାବୁ ଥିବା ବେଳେ ପୁରା ପୋଲ ଖୋଲିବ ଥାନା ବାବୁଙ୍କର।
