ଧାଡ଼ି ପହଣ୍ଡିରେ ବିଜେ ହେଲେ ବଡଠାକୁର ବଳଭଦ୍ର
ବଡଠାକୁର ବଳଭଦ୍ରଙ୍କ ପହଣ୍ଡି । ଚକ୍ରରାଜ ସୁଦର୍ଶନଙ୍କ ପରେ ଧାଡି ପହଣ୍ଡିରେ ଆସୁଛନ୍ତି ବଳଭଦ୍ର । ହରିବୋଲ ହୁଳହୁଳିରେ ପ୍ରକମ୍ପିତ ଚର୍ତୁଦିଗ । ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ମହାପ୍ରଭୁଙ୍କ ନୀତି ଆରମ୍ଭ ହୋଇଥିବା ସେବାୟତମାନଙ୍କ ପକ୍ଷରୁ କୁହାଯାଇଛି । ବାହୁଡ଼ା ଯାତ୍ରା ପାଇଁ ଶନିବାର ଭୋର ୪ଟାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ନୀତିକାନ୍ତି ଆରମ୍ଭ ହୋଇଥିଲା । ପ୍ରଥମେ ମଙ୍ଗଳ ଆଳତି, ଏହାପରେ ଗୋପାଳବଲ୍ଲଭ ପୂଜା ଓ ସକାଳଧୂପ ସହ ଖେଚୁଡ଼ି ଭୋଗ ନୀତି ସମ୍ପନ୍ନ ହୋଇଥିଲା । ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଇନ ଶୃଙ୍ଖଳା, ଟ୍ରାଫିକ ବ୍ୟବସ୍ଥାକୁ ତଦାରଖ କରିବାପାଇଁ ଅନେକ ମାତ୍ରାରେ ଫୋର୍ସ ମୁତୟନ ହୋଇଛନ୍ତି ।
