ଶୂନ୍ୟ ପହଣ୍ଡିରେ ଆସି ରଥରେ ବିଜେ କଲେ ସୁଦର୍ଶନ
ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀ ଲୀଳା ଶେଷକରି ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧା ବିଗ୍ରହ । ମହାପ୍ରଭୁଙ୍କ ଆଗମନ ପାଇଁ ଶରଧାବାଲିରେ ଅପେକ୍ଷା କରିଛନ୍ତି ତାଳଧ୍ୱଜ, ନନ୍ଦିଘୋଷ ଓ ଦର୍ପଦଳନ। ଲକ୍ଷ ଲକ୍ଷ ଭକ୍ତଙ୍କ ମେଳରେ ବାହୁଡ଼ା ଯାତ୍ରା କରିବେ ପରଂବ୍ରହ୍ମ । ଗୁଣ୍ଡିଚା ମନ୍ଦିରରୁ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଛି । ଧାଡ଼ି ପହଣ୍ଡିରେ ରଥକୁ ପ୍ରଥମେ ପହଣ୍ଡି ହୋଇ ଆସିଲେ ସୁଦର୍ଶନ । ପହଣ୍ଡି ପରେ ରଥ ଉପରେ ବିଜେ କରିଛନ୍ତି ସୁଦର୍ଶନ। ଏହାପରେ ରଥରେ ଜଣକ ପରେ ଜଣେ ବିଜେ କରିବେ। ବାହୁଡ଼ା ଯାତ୍ରା ପାଇଁ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଶରଧାବାଲିରେ ଘଣ୍ଟଘଣ୍ଟା ଓ କାହାଳୀ ନାଦରେ କମ୍ପୁଛି । ବାହୁଡ଼ା ଯାତ୍ରା ପାଇଁ ସବୁ ନୀତି ଶୀଘ୍ର ଚାଲିଛି। ଅପରାହ୍ଣ ସୁଦ୍ଧା ପହଣ୍ଡି ସରିବା ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଟଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।
