ବଦଳିଲା ମୌସୁମୀ ଅଧିବେଶନ ତାରିଖ

ଜୁଲାଇ ୨୧ରୁ ଅଗଷ୍ଟ ୨୧ ତାରିଖ ଯାଏଁ ଚାଲିବ ମୌସୁମୀ ଅଧିବେଶନ

ବଦଳିଲା ସଂସଦର ମୌସୁମୀ ଅଧିବେଶନ ତାରିଖ । ସ୍ବାଧୀନତା ଦିବସ ଥିବାରୁ ବଦଳିଲା ଅଧିବେଶନର ତାରିଖ । ସ୍ବାଧୀନତା ଦିବସକୁ ଦୃଷ୍ଟିରେ ରଖି ୧୩ ଏବଂ ୧୪ ତାରିଖରେ କୌଣସି ବୈଠକ ବସିପାରିବ ନାହିଁ । ତେଣୁ ଜୁଲାଇ ୨୧ରୁ ଅଗଷ୍ଟ ୧୨ ଭିତରେ ବସିବାକୁ ଥିବା ସଂସଦର ମୌସୁମୀ ଅଧିବେଶନ ଏବେ ଜୁଲାଇ ୨୧ରୁ ଅଗଷ୍ଟ ୨୧ ତାରିଖ ଯାଏଁ ଚାଲିବ ବୋଲି ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ସାଧାରଣତଃ ସଂସଦର ମୌସୁମୀ ଅଧିବେଶନ ସ୍ୱାଧୀନତା ଦିବସ ଅର୍ଥାତ ଅଗଷ୍ଟ ୧୫ ତାରିଖ ପୂର୍ବରୁ ଶେଷ ହୋଇଯାଇଥାଏ । ହେଲେ ଏଥର କିନ୍ତୁ ମୌସୁମୀ ଅଧିବେଶନ ଅଗଷ୍ଟ ୧୫ ତାରିଖ ପରେ ମଧ୍ୟ ଚାଲିବ । କେନ୍ଦ୍ରମନ୍ତ୍ରୀ ରିଜିଜୁଙ୍କ କହିବା ମୁତାବକ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମୌସୁମୀ ଅଧିବେଶନର ଏହି ନୂଆ ତାରିଖକୁ ମଞ୍ଜୁରୀ ଦେଇଛନ୍ତି । ଯାହାକି ଜୁଲାଇ ୨୧ରୁ ଆରମ୍ଭ ହୋଇ ଅଗଷ୍ଟ ୨୧ ତାରିଖ ଯାଏଁ ଚାଲିବ ।