ମହାପ୍ରଭୁଙ୍କ ବନକଲାଗି ନୀତି

୫ ଘଣ୍ଟା ବନ୍ଦ ରହିବ  ସାଧାରଣ ଦର୍ଶନ

ଆଜି ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ । ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ପାଇଁ ସାଧାରଣ ଦର୍ଶନ ବନ୍ଦ ରହୁଥିବାରୁ ଶ୍ରଦ୍ଧାଳୁ ଏହି ସମୟ ପାଇଁ ଦର୍ଶନରୁ ବଞ୍ଚିତ ରହିବେ ।ସୂଚନାଯୋଗ୍ୟ ,ଆଜି ଆଷାଢ଼ ଶୁକ୍ଳ ଚତୁର୍ଥୀ ଯୁକ୍ତ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ରାତ୍ର ଘ.୯.୦୦ ଟିକା ଠାରୁ ବିଳମ୍ବିତ ରାତ୍ର ଘ.୨.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଜଣାଯାଇଛି ।