IAS ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ
IAS ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ । ସେ ଅର୍ଥ ବିଭାଗର ପ୍ରମୁଖ ସଚିବ ମଧ୍ୟ ଅଛନ୍ତି । ଏଥି ସହିତ ଇଡ଼କୋର ଅଧ୍ୟକ୍ଷ ମଧ୍ୟ ଅଛନ୍ତି । ସାଧାରଣ ପ୍ରଶାସନ ପକ୍ଷରୁ ଏ ନେଇ ଵିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଓ ରାଜ୍ୟପାଳଙ୍କ ସଚିବ ଭାବେ କାର୍ଯ୍ୟ କରିଛନ୍ତି ।୧୯୯୬ ବ୍ୟାଚର ଆଇଏଏସ ଅଫିସର ଶାଶ୍ୱତ ମିଶ୍ରଙ୍କୁ ନୂଆ ଦାୟିତ୍ୱ ମିଳିଛି । ଅର୍ଥ ବିଭାଗ ପ୍ରମୁଖ ସଚିବ ସହ ଇଡକୋ ଅଧ୍ୟକ୍ଷ ଅଛନ୍ତି ଶାଶ୍ୱତ । ଶାଶ୍ୱତଙ୍କୁ ନୂଆ ଦାୟିତ୍ୱ ମିଳିବା ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ନିକୁଞ୍ଜ ବିହାରୀ ଧଳ କେନ୍ଦ୍ରକୁ ଯିବା ପରେ ପଦବୀ ଖାଲି ପଡ଼ିଥିଲା । ଆଗାମୀ ଦିନରେ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ହେବାକୁ ଥିବାରୁ ଶାଶ୍ୱତଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଓଡ଼ିଆ ଓ ଦକ୍ଷ ଅଧିକାରୀଙ୍କୁ ସରକାର ଗୁରୁତ୍ୱ ଦେଉଥିବାବେଳେ ଶାଶ୍ୱତଙ୍କୁ ବଛାଯାଇଥିବା ଆଲୋଚନା ହେଉଛି ।
