ଦେବଦଳନ ରଥରେ ବିରାଜିଲେ ମାଆ ସୁଭଦ୍ରା

ଦେବଦଳନ ରଥରେ ବିଜେ କଲେ ମାଆ ସୁଭଦ୍ରା

ପ୍ରଥମେ ଚକ୍ରରାଜ, ପରେ ବଡଭାଇ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି ସରିଛି । । ଘଣ୍ଟଘଣ୍ଟା, ହରିବୋଲରେ ପ୍ରକମ୍ପିତ ବଡଦାଣ୍ଡ । ହୁଳହୁଳି, ହରିବୋଲରେ କମ୍ପୁଛି ଶ୍ରୀକ୍ଷେତ୍ର । ଧାଡି ପହଣ୍ଡିରେ ଆସିଛନ୍ତି ହଳଦୀ ମୁହିଁ ଦେବୀ ସୁଭଦ୍ରା । ଦେବଦଳନ ରଥରେ ବିଜେ କରିଛନ୍ତି ମାଆ ସୁଭଦ୍ରା । ସିଂହଦ୍ୱାର ଚକଡ଼ାରେ ବିଜେ ଅଛନ୍ତି ୩ ରଥ । ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ ରଥ ପ୍ରସ୍ତୁତ । ତିନି ରଥରେ ବିରାଜମାନ କରିବେ ଶ୍ରୀବିଗ୍ରହ । ଶ୍ରୀକ୍ଷେତ୍ରରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ । ମହାପ୍ରଭୁଙ୍କ ଅପେକ୍ଷାରେ ଶ୍ରଦ୍ଧାଳୁ । ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।