ଜୁଲାଇ ପ୍ରଥମ ସପ୍ତାହରେ ଓଡ଼ିଶା ଫେରିବେ ନବୀନ

ନବୀନଙ୍କୁ ଭେଟିଲେ ବରିଷ୍ଠ ବିଜେଡି ନେତା

ବିରୋଧୀ ଦଳ ନେତା ନବୀନଙ୍କୁ ଭେଟିଲେ ବରିଷ୍ଠ ବିଜେଡି ନେତା ।  ମୁମ୍ବାଇସ୍ଥିତ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭେଟିଛନ୍ତି ବିଜେଡିର ବହୁ ବରିଷ୍ଠ ନେତା ।  ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ସଞ୍ଜୟ ଦାସବର୍ମା ପ୍ରମୁଖ ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ସହ ନବୀନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ନବୀନଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ ସହ ମଧ୍ୟ ଆଲୋଚନା କରିଛନ୍ତି ।  ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଖୁବ୍ ଶୀଘ୍ର ନବୀନ ପଟ୍ଟନାୟକ ସୁସ୍ଥ ହେବେ ଏବଂ ଜୁଲାଇ ପ୍ରଥମ ସପ୍ତାହରେ ଓଡ଼ିଶା ଫେରିବା ନେଇ ସୂଚନାଦେଇଛନ୍ତି ବିଜେଡି ଉପସଭାପତି ସଞ୍ଜୟ କୁମାର ଦାସବର୍ମା ।