ଜୋର ଧରିଲା ଯାଜପୁର ରୋଡ଼-ଧାମରା ରେଳପ୍ରକଳ୍ପ ଦାବି

ଦିଲ୍ଲୀ ଯନ୍ତରମନ୍ତରରେ ଗର୍ଜିଲା ରେଳପ୍ରକଳ୍ପ ସଂଗ୍ରାମ ସମିତି

ସଂସଦ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ସଂଗ୍ରାମ ସମିତି।ଦୀର୍ଘଦିନ ଧରି ଯାଜପୁର ରୋଡ଼- ଧାମରା ରେଳପଥ ପ୍ରକଳ୍ପ ପାଇଁ ଏହି ସମିତି ଦାବି କରିଆସୁଥିଲେ ମଧ୍ୟ ଏହା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା ରେଳ ବିଭାଗ। ତେଣୁ ଏହି ଆନ୍ଦୋଳନକୁ ନେଇ ଦିଲ୍ଲୀରେ ପହଞ୍ଚିଛି ସଂଗ୍ରାମ ସମିତି। ଦିଲ୍ଲୀ ଜନ୍ତର ମନ୍ତରରେ ଦାବି ପୂରଣ ପାଇଁ ଗର୍ଜିଛି ପୁରା ସଂଘ। ତେବେ ସଂଗ୍ରାମ ସମିତିର ଆବାହକ ସନ୍ତୋଷ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ସାଂସଦ ସପ୍ତଗିରି ଉଲାକାଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ।

ତେବେ ମୁଖ୍ୟ ଦାବି ଖୁବ୍ ଶୀଘ୍ର ଯାଜପୁର ରୋଡ଼- ଧାମରା ସହ ରେଳପଥ ପ୍ରକଳ୍ପକୁ ମଞ୍ଜୁର କରାଯାଉ। ଯାହାଦ୍ଵାରା କଳିଙ୍ଗନଗର ଶିଳ୍ପ ଅନୁଷ୍ଠାନ ପାଇଁ ଆମୋଦ ପ୍ରମୋଦ ରେ ସୁବିଧା ମିଳିବ । ତୁରନ୍ତ ଦାବି ସମାଧାନ ନ ହେଲେ ଆନ୍ଦୋଳନ ଆଗାମୀ ଦିନରେ ଏହା ଆହୁରି ତୀବ୍ରତର ହେବା ନେଇ ସଂଘ ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି। ଏହା ସହ ଦାବି ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ସ୍ମାରକପତ୍ର ଦେଇଥିବା ଦେଖିବାକୁ ମିଳିଛି।